Digital Screens on Clothing: କିମାଶ୍ଚର୍ଯ୍ୟମ୍‌: ପୋଷାକରେ ଡିଜିଟାଲ୍ ପରଦା

44 minutes ago 1
ARTICLE AD BOX

କଳ୍ପନା କରନ୍ତୁ, ଆପଣଙ୍କ ପୋଷାକର ହାତରେ ରହିଛି ଏକ ଟଚ୍‌ସ୍କ୍ରିନ୍‌। ଫୋନ୍‌ ବାହାର କରିବାର ଆବଶ୍ୟକତା ନାହିଁ। କେବଳ ପୋଷାକକୁ ଛୁଇଁ ଦେଲେ ଦେଖିହେବ ମେସେଜ୍‌, ଫଟୋ, ଚଲାଇହେବ ଭିଡିଓ, ଏପରିକି ବ୍ୟବହାର କରିହେବ ଡିଜିଟାଲ୍‌ ଫିଚର୍‌। କଳ୍ପନାର ଏହି ଦୃଶ୍ୟକୁ ବିଜ୍ଞାନ ମାଧ୍ୟମରେ ବାସ୍ତବତାର ରୂପ ଦେବାକୁ ଆଗେଇ ଆସିଛନ୍ତି ସିଙ୍ଗାପୁରର ଗବେଷକମାନେ। ଏହି ନୂଆ ଉଦ୍ଭାବନ ଫ୍ୟାସନ୍‌ ଓ ଟେକ୍ନୋଲୋଜି ଦୁନିଆରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାର ଆଶା ସୃଷ୍ଟି କରିଛି।

Cyclone Arnab: ଆରମ୍ଭ ହେଲା ବାତ୍ୟା ‘ଅର୍ଣ୍ଣବ’ର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା, ଜାରି ରହିବ ବର୍ଷା

ସିଙ୍ଗାପୁରର ନ୍ୟାସନାଲ୍‌ ୟୁନିଭର୍ସିଟି ଅଫ୍‌ ସିଙ୍ଗାପୁର (ଏନ୍‌ୟୁଏସ୍‌)ର ଗବେଷକମାନେ ଏକ ନୂଆ ଟଚ୍‌ସ୍କ୍ରିନ୍‌ ପୋଷାକ ପ୍ରଯୁକ୍ତି ବିକଶିତ କରିଛନ୍ତି। ଏହି ପ୍ରଯୁକ୍ତିରେ ପୋଷାକର କପଡ଼ା ଭିତରେ ସ୍ୱତନ୍ତ୍ର ଇଲେକ୍ଟ୍ରୋନିକ୍‌ ଫାଇବର୍‌ ବ୍ୟବହାର କରାଯାଇଛି। ଏହା ଫଳରେ କପଡ଼ା ଉପରେ ଏକ ଡିଜିଟାଲ୍‌ ଡିସ୍‌ପ୍ଲେ ତିଆରି କରିବା ସମ୍ଭବ ହୋଇଛି। ଏହି ଡିସ୍‌ପ୍ଲେର ରିଜୋଲ୍ୟୁସନ୍‌ ୯୬ × ୫୪ ପିକ୍ସେଲ୍‌ ଏବଂ ଆକାର ପ୍ରାୟ ୧୬୮ × ୧୦୫ ମିଲିମିଟର୍‌। ଏଥିରେ ଫଟୋ ଦେଖିବା, ଭିଡିଓ ‌ଦେଖିବା ଓ କାଲ୍‌କୁଲେଟର୍‌ ଭଳି ଡିଜିଟାଲ୍‌ ଟୁଲ୍‌ ବ୍ୟବହାର କରିହେବ। ଏହି ସ୍ମାର୍ଟ ପୋଷାକରେ ବ୍ଲୁଟୁଥ୍‌ ସଂଯୋଗ ମାଧ୍ୟମରେ ଫଟୋ ପଠାଇବା, ଭଏସ୍‌ କମାଣ୍ଡ୍‌ ଗ୍ରହଣ କରିବା ଓ ଶରୀରର ତାପମାତ୍ରା ଜାଣିବା ଭଳି ସୁବିଧା ରହିଛି। ଏହା ଦ୍ୱାରା ଭବିଷ୍ୟତରେ ପୋଷାକ କେବଳ ପିନ୍ଧିବାର ସାମଗ୍ରୀ ନହୋଇ ଏକ ଡିଜିଟାଲ୍‌ ଡିଭାଇସ୍‌ ଭାବେ କାମ କରିପାରିବ।

Cyclone: ବଙ୍ଗୋପସାଗରରେ ବାରମ୍ବାର କାହିଁକି ସୃଷ୍ଟି ହୁଏ ଶକ୍ତିଶାଳୀ ବାତ୍ୟା

ସାଧାରଣ ଇଲେକ୍ଟ୍ରୋନିକ୍‌ ଡିଭାଇସ୍‌କୁ ପାଣି ଓ ଚାପରୁ ସୁରକ୍ଷିତ ରଖିବାକୁ ପଡ଼େ। କିନ୍ତୁ ଏହି ପ୍ରଯୁକ୍ତିର ବିଶେଷତ୍ୱ ହେଉଛି ଏହାର ସ୍ଥାୟିତ୍ୱ। ଗବେଷକଙ୍କ ଅନୁସାରେ, ପୋଷାକଟିକୁ ୫୦ ଥର ଵାସିଂ ମେସିନ୍‌ରେ ଧୋଇବା ଏବଂ ୧,୦୦୦ ଥର ଭାଙ୍ଗିବା ପରେ ମଧ୍ୟ ଏହାର ଡିସ୍‌ପ୍ଲେ ଓ ଟଚ୍‌ କାର୍ଯ୍ୟକ୍ଷମତା ବଜାୟ ରହିଛି। ଏହା କପଡ଼ା ପରି ନମନୀୟ ହେବା ସହ ବାୟୁ ଚଳାଚଳ ପାଇଁ ମଧ୍ୟ ଉପଯୋଗୀ। ଏହି ଉଦ୍ଭାବନ ଭବିଷ୍ୟତରେ ସ୍ମାର୍ଟ ଫ୍ୟାସନ୍‌, ସ୍ୱାସ୍ଥ୍ୟ ନିରୀକ୍ଷଣ ଓ ଡିଜିଟାଲ୍‌ ଯୋଗାଯୋଗ କ୍ଷେତ୍ରରେ ନୂଆ ସମ୍ଭାବନା ଖୋଲିପାରେ। ତେବେ ଏହି ପ୍ରଯୁକ୍ତି ଏବେ ଗବେଷଣା ପର୍ଯ୍ୟାୟରେ ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.