Diwali Celebration: ଦୀପାବଳିରେ ‘ଗୋମାତାଙ୍କ ନାଁରେ ଜଳିବ ଦୀପ’, ଯୋଗୀ ସରକାରଙ୍କ ବଡ଼ ପଦକ୍ଷେପ

48 minutes ago 1
ARTICLE AD BOX

ନୂଆଦିଲ୍ଲୀ:ଗୋବଂଶ ସୁରକ୍ଷାକୁ ଜନଭାଗିଦାରୀ ସହ ଯୋଡ଼ିବାକୁ ଉତ୍ତରପ୍ରଦେଶ ସରକାରଙ୍କ ନୂଆ ପଦକ୍ଷେପ ନେଇଛନ୍ତି। ରାଜ୍ୟର ୭,୫୦୦ରୁ ଅଧିକ ଗୋସୁରକ୍ଷା କେନ୍ଦ୍ରରେ ଦୀପାବଳି ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ଗୋ ଆଧାରିତ ଉତ୍ପାଦର ବିକ୍ରିକୁ ମିଳିବ ପ୍ରୋତ୍ସାହନ। ଦୀପାବଳି ଅବସରରେ ଗୋବଂଶ ସୁରକ୍ଷାକୁ ନେଇ ଏକ ନିଆରା ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି ଉତ୍ତରପ୍ରଦେଶର ଯୋଗୀ ସରକାର।

ଏଥିପାଇଁ ‘ଏକ ଦିଆ ଗୋମାତା କେ ନାମ’ ଅର୍ଥାତ୍ ‘ଗୋମାତାଙ୍କ ନାଁରେ ଗୋଟିଏ ଦୀପ’ ଅଭିଯାନ ହାତକୁ ନିଆଯାଇଛି। ଏହି ଅଭିଯାନ ଜରିଆରେ ଦୀପୋତ୍ସବର ଖୁସିକୁ ଗୋବଂଶ ସୁରକ୍ଷା, ସାମାଜିକ ଭାଗିଦାରୀ ଏବଂ ଗ୍ରାମୀଣ ଅର୍ଥନୀତିର ବିକାଶ ସହ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି।

ଉତ୍ପାଦର ବିକ୍ରିକୁ ମିଳିବ ପ୍ରୋତ୍ସାହନ
ଯୋଜନା ଅନୁଯାୟୀ, ରାଜ୍ୟର ୭,୫୦୦ରୁ ଅଧିକ ଗୋ ସୁରକ୍ଷା କେନ୍ଦ୍ର ଓ ନିରାଶ୍ରୟ ଗୋବଂଶ ଆଶ୍ରୟସ୍ଥଳୀକୁ ଦୀପାବଳିରେ ଆଲୋକିତ କରାଯିବ। ଏହି ସବୁ ସ୍ଥାନରେ ଗ୍ରାମବାସୀଙ୍କ ସହଯୋଗରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବ। ଏହାଦ୍ୱାରା ଗୋଶାଳାଗୁଡ଼ିକ କେବଳ ପଶୁଙ୍କ ଆଶ୍ରୟସ୍ଥଳୀ ଭାବେ ସୀମିତ ନରହି ସାମାଜିକ ସଚେତନତା ଓ ଜନସହଭାଗିତାର କେନ୍ଦ୍ର ଭାବେ ବିକଶିତ ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି।

ଆୟୋଜନ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
ଏହି ଅଭିଯାନରେ ଗୋ ଆଧାରିତ ଉତ୍ପାଦର ବ୍ୟବହାର ଓ ବିକ୍ରିକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ପଶୁପାଳନ ଓ ଦୁଗ୍ଧ ବିକାଶ ମନ୍ତ୍ରୀ ଧର୍ମପାଲ ସିଂହଙ୍କ କହିବା ଅନୁଯାୟୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପ୍ରସ୍ତୁତ କରୁଥିବା ଗୋ ଆଧାରିତ ସାମଗ୍ରୀର ଷ୍ଟଲ୍ ବିଭିନ୍ନ ସ୍ଥାନରେ ଲଗାଯିବ। ଦୀପାବଳି ଉପହାର ଭାବେ ମଧ୍ୟ ଏହି ସାମଗ୍ରୀକୁ ପ୍ରୋତ୍ସାହିତ କରାଯିବ। ଫଳରେ ମହିଳାମାନେ ନିଜ ଦକ୍ଷତା ଓ ପରିଶ୍ରମ ବଳରେ ଅଧିକ ଆୟ କରିବାର ସୁଯୋଗ ପାଇବେ।

ରୋଜଗାର ପାଇଁ ନୂଆ ସୁଯୋଗ
ଗୋ ସେବା ଆୟୋଗର ଅଧ୍ୟକ୍ଷ ଶ୍ୟାମ ବିହାରୀ ଗୁପ୍ତାଙ୍କ ଅନୁସାରେ, ଗୋ ଆଧାରିତ ଉତ୍ପାଦର ବିକ୍ରି ଗ୍ରାମୀଣ ମହିଳାଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ କରିବାରେ ସହାୟକ ହୋଇପାରିବ। ବିଶେଷକରି ଦୀପାବଳି ଭଳି ବଡ଼ ପର୍ବରେ ଏହି ସାମଗ୍ରୀର ଚାହିଦା ବଢ଼ିଲେ ଏହାର ଉତ୍ପାଦନ ଓ ବିକ୍ରି ମଧ୍ୟ ବୃଦ୍ଧି ପାଇବ। ଏହାଦ୍ୱାରା ଚାଷୀ ଓ ଗ୍ରାମୀଣ ମହିଳାଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ସୃଷ୍ଟି ହେବ।

ଆଜମ ଖାନ୍‌ଙ୍କୁ ପୁଣି ବାନ୍ଧିଲା ଇଡି

ଏଥିସହ ଗ୍ରାମାଞ୍ଚଳର ଯୁବପିଢ଼ି ଓ ମହିଳାମାନଙ୍କୁ ଗୋବଂଶ ସୁରକ୍ଷା ପ୍ରତି ସଚେତନ କରାଯିବ। ନିରାଶ୍ରୟ ଗୋବଂଶର ଯତ୍ନ ଓ ସୁରକ୍ଷାରେ ସାଧାରଣ ଲୋକଙ୍କ ଭାଗିଦାରୀ ବଢ଼ାଇବା ସହ ଗୋ ଆଧାରିତ ଉତ୍ପାଦର ଉପଯୋଗିତା ସମ୍ପର୍କରେ ମଧ୍ୟ ଲୋକଙ୍କୁ ଅବଗତ କରାଯିବ। ଧାର୍ମିକ ଓ ସାଂସ୍କୃତିକ ପରମ୍ପରା ସହ ଗ୍ରାମୀଣ ଆତ୍ମନିର୍ଭରଶୀଳତାକୁ ଯୋଡ଼ିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.