Elephant Attack ହାତୀପଲକୁ ଘଉଡ଼ାଇବାକୁ ଯାଇଥିଲେ ଯୁବକ, ଧରି ଦଳିଦେଲା ହାତୀ

1 month ago 11
ARTICLE AD BOX

ରାସଗୋବିନ୍ଦପୁର/ମାଣିଦା: ହାତୀ ଦଳି ଦେବାରୁ ଆଜି ରାସଗୋବିନ୍ଦପୁର ବ୍ଲକ୍‌ ଅଞ୍ଚଳର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେୁଛନ୍ତି ସ୍ଥାନୀୟ ନଳଗଜା ପାଞ୍ଚାୟତ ପୁଡ଼ାପୋଡ଼ା ଗ୍ରାମର କାଳୀଚରଣ ହେମ୍ବ୍ରମ (୫୦)।     

Elephant Attack: ହାତୀ ଆକ୍ରମଣରେ ୧୬ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଉତ୍ତେଜନା

ସୂଚନା ମୁତାବକ, ବୁଧବାର ସଂଧ୍ୟାରେ ରାସଗୋବିନ୍ଦପୁର ରେଞ୍ଜ ନଳଗଜା ପାଞ୍ଚାୟତ ପୁଡ଼ାପୋଡ଼ା ଗ୍ରାମ ଜଙ୍ଗଲରେ ଥିବା ୧୭ଟି ହାତୀ ଜନବସତି ଆଡ଼କୁ ଚାଲିଆସିଥିଲେ। ହାତୀ ଘଉଡ଼ାଇବା ପାଇଁ ଗାଁ ଲୋକଙ୍କ ସହ କାଳୀଚରଣ ଯାଇଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ତାଙ୍କୁ ଧରି ଦଳି ଦେଇଥିଲା ଓ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। 

Elephant:ଦୁଇ ଜଣଙ୍କୁ ମାରିଲା ଦନ୍ତା: ୧୪ ବର୍ଷ ପୂ‌‌ର୍ବେ ଉକ୍ତ ପରିବାରର ୨ଜଣ ସଦସ୍ୟଙ୍କୁ କରିଥିଲା ହତ୍ୟା

ଗ୍ରାମବାସୀ ଓ ବନବିଭାଗ କର୍ମଚାରୀ ତାଙ୍କୁ ଉଦ୍ଧାର କରି ରାସଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଆସନ୍ତାକାଲି ଶବ ବ୍ୟବଛେଦ କରାଯିବ ବୋଲି ରେଞ୍ଜର ଘନଶ୍ୟାମ ସିଂ ପ୍ରକାଶ କରିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.