First dialogue: ପ୍ରଥମେ ସଂଳାପ, ପରେ ନିର୍ଦ୍ଦେଶନା

1 hour ago 1
ARTICLE AD BOX

ଶିବଶଙ୍କର ଓଝା

ଓଡ଼ିଆ ସିନେଜଗତରେ ସହକାରୀ ନିର୍ଦ୍ଦେଶକରୁ ସହଯୋଗୀ ଓ ପରେ ନିର୍ଦ୍ଦେଶକ ହେବାର ନଜିର ତ ଅନେକ। ହେଲେ ଓଲିଉଡ୍‌ରେ ଏମିତି ହାତଗଣତି ନିର୍ଦ୍ଦେଶକ ଅଛନ୍ତି, ଯେଉଁମାନେ ସଂଳାପକାରରୁ ନିର୍ଦ୍ଦେଶକ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ପ୍ରଥମେ ସଂଳାପ ରଚନା ଓ ପରେ ନିର୍ଦ୍ଦେଶନାକୁ ଆସିଥିବା ସିନେବ୍ୟକ୍ତିତ୍ବଙ୍କ ସଂପର୍କରେ ବିଶେଷ ଉପସ୍ଥାପନା।

ଅଭିନୟ ଓ ନିର୍ଦ୍ଦେଶନା ବ୍ୟତୀତ ସିନେମାଟୋଗ୍ରାଫି, ଏଡିଟିଂ ଆଦି ବୈଷୟିକ କ୍ଷେତ୍ର ସହ ଜଡ଼ିତ ପେସାଦାରମାନେ ଚଳଚ୍ଚିତ୍ରର ସଫଳ ନିର୍ଦ୍ଦେଶକ ହୋଇପାରନ୍ତି ବୋଲି ଧାରଣା ରହିଛି। କିନ୍ତୁ କଲମର କାରିଗରି ସହ ଜଡ଼ିତ କାହାଣୀକାର, ସଂଳାପକାର ଓ ଗୀତିକାରମାନେ ମଧ୍ୟ ସିନେନିର୍ଦ୍ଦେଶନାକୁ ଆସି ଦର୍ଶକଙ୍କୁ ସଫଳ ଛବି ଭେଟି ଦେଇଛନ୍ତି। ଏହାର ବହୁ ଉଦାହରଣ ରହିଛି। ଆସନ୍ତୁ ସଂଳାପକାରରୁ ନିର୍ଦ୍ଦେଶକ ବନିଥିବା ସଫଳ ସିନେପ୍ରତିଭାଙ୍କ ସଂପର୍କରେ ଅବଗତ ହେବା।

Delhi traders: ଇଣ୍ଡିମେଣ୍ଟର ସମାବେଶ ଘୁଞ୍ଚାଇବାକୁ ବ୍ୟବସାୟୀଙ୍କ ନିବେଦନ

ବିଶ୍ବଜିତ ଦାସ: ପ୍ରଥମ ସଫଳ ଆଧୁନିକ ଓଡ଼ିଆ ଛବି ବୋଲି ପରିଗଣିତ ହେଉଥିବା ‘ମା’ର ସଂଳାପ ରଚନା କରିଥିଲେ ପ୍ରଖ୍ୟାତ ନାଟ୍ୟକାର ଗୋପାଳ ଛୋଟରାୟ ଓ ବିଶ୍ବଜିତ ଦାସ। ନିତାଇ ପାଲିତଙ୍କ ନିର୍ଦ୍ଦେଶିତ ‘ମା’ ୧୯୫୮ ମସିହାରେ ମୁକ୍ତିଲାଭ କରିଥିଲା। ଏହାର ସଂଳାପ ବେଶ୍ ଲୋକପ୍ରିୟ ହୋଇଥିଲା। ପରେ ବିଶ୍ବଜିତ ଦାସ ‘ପ୍ରିୟତମା’, ‘ନିଝୁମ ରାତିର ସାଥୀ’, ‘ନାଗଫାସ’, ‘ଗୌରୀ’,‘କାବେରୀ’ ଓ ‘ତୁଣ୍ଡବାଇଦ’ ଆଦି ଓଡ଼ିଆ ଛବିର ସଂଳାପ ଲେଖିଥିଲେ। ଏଥିସହ ସେ ଦୁଇଟି ଓଡ଼ିଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ସେ ଦୁଇଟି ହେଲା ‘ପ୍ରିୟତମା’ (୧୯୭୮) ଓ ‘ନିଝୁମ ରାତିର ସାଥୀ’ (୧୯୭୯)।

ସାରଦା ପ୍ରସନ୍ନ ନାୟକ: ଗୀତିକାର ଓ ସଂଳାପକାର ଭାବେ ଜୀବନ ଆରମ୍ଭ କରିଥିଲେ ସାରଦା ପ୍ରସନ୍ନ ନାୟକ। କିନ୍ତୁ ୧୯୬୨ ମସିହାରେ ମୁକ୍ତିଲାଭ କରିଥିବା ‘ଲକ୍ଷ୍ମୀ’ ଚଳଚ୍ଚିତ୍ରର ସେ ସଂଳାପ ଓ ଗୀତ ଲେଖିବା ସହ ଏହାର ନିର୍ଦ୍ଦେଶନା ବି ଦେଇଥିଲେ। ଏଥିରେ ସେ ଛଦ୍ମନାମ ‘ସିଦ୍ଧାର୍ଥ’ ବ୍ୟବହାର କରିଥିଲେ। ପରେ ସାରଦା ପ୍ରସନ୍ନ  ‘କା’ (୧୯୬୬) ଓ ‘ସଂସାର’ (୧୯୭୩) ଆଦି ସିନେମାର ଉଭୟ ସଂଳାପକାର ଓ ନିର୍ଦ୍ଦେଶକ ଦାୟିତ୍ବ ନିର୍ବାହ କରିଥିଲେ।

ବିଜୟ ମିଶ୍ର: ପ୍ରଖ୍ୟାତ ନାଟ୍ୟକାର ବିଜୟ ମିଶ୍ର ‘ଯାଯାବର’ରୁ ସିନେମା ପାଇଁ ସଂଳାପ ରଚନା ଆରମ୍ଭ କରିଥିଲେ। ପରେ ସଙ୍ଗୀତକାର ଅକ୍ଷୟ ମହାନ୍ତିଙ୍କ ପରାମର୍ଶ କ୍ରମେ ‘ଯାଯାବର’ ଛବିର ଅନ୍ୟତମ ନିର୍ଦ୍ଦେଶକ ଭାବେ କାମ କରିଥିଲେ। ପରେ ବିଜୟ ମିଶ୍ର ବଟକୃଷ୍ଣ ନାୟକଙ୍କ ପ୍ରଯୋଜିତ ଛବି ‘ରଜନୀଗନ୍ଧା’ର ନିର୍ଦ୍ଦେଶନା ଦେଇଥିଲେ। ତେବେ ସେ ମୁଖ୍ୟତଃ ସଂଳାପକାର ଭାବେ ସିନେଜଗତରେ ସକ୍ରିୟ ରହି ୫୦ରୁ ଅଧିକ ଓଡ଼ିଆ ଛବିର ସଂଳାପ ରଚନା କରିଥିଲେ।

ବୃନ୍ଦାବନ ଜେନା: ସଂଳାପକାରରୁ ନିର୍ଦ୍ଦେଶକ ସାଜିଥିବା ଆଉଜଣେ ବ୍ୟକ୍ତି ହେଲେ ବୃନ୍ଦାବନ ଜେନା। ସେ ୧୯୭୮ ମସିହାରେ ମୁକ୍ତିପ୍ରାପ୍ତ ସିନେମା ‘ପତିପତ୍ନୀ’ର ସଂଳାପ ରଚନା କରିଥିଲେ। ପରେ ତାଙ୍କ ନିର୍ଦ୍ଦେଶନାରେ ‘ବାଟଅବାଟ’ (୧୯୮୦) ଓ ‘ଶାସ୍ତି’ (୧୯୮୯) ମୁକ୍ତିଲାଭ କରିଥିଲା। ଉପରୋକ୍ତ ଦୁଇଟି ଚଳଚ୍ଚିତ୍ରରେ ସେ ସଂଳାପ ସହ ଗୀତ ରଚନା ବି କରିଥିଲେ।

ପ୍ରଫୁଲ୍ଲ ରଥ: ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ‘ସମର୍ପଣ’ (୧୯୭୮)ର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା ସହିତ ଏହାର ଯୁଗ୍ମ ନିର୍ଦ୍ଦେଶକ ବି ଥିଲେ। ମାନ୍ଦ୍ରାଜର ଏନ୍. ଗୋପାଳଙ୍କ ସହ ମିଶି ପ୍ରଫୁଲ୍ଲ ‘ସମର୍ପଣ’ର ନିର୍ଦ୍ଦେଶନା ଦେଇଥିଲେ। ପରେ ୧୯୮୫ରେ ‘ପଳାତକ’ ଶୀର୍ଷକରେ ଆଉ ଏକ ଓଡ଼ିଆ ଛବିର ସଂଳାପ ଓ ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିଲେ। ଏହାଛଡ଼ା ସେ କେ.ଏଚ୍‌.ଡି ରାଓଙ୍କ ନିର୍ଦ୍ଦେଶିତ ‘ଜନ୍ମଦାତା’ (୧୯୭୮)ର ବି ସଂଳାପ ଲେଖିଥିଲେ।

ସଞ୍ଜୟ ନାୟକ: ଯଦିଓ ନିର୍ଦ୍ଦେଶକ ଅବତାର ସିଂହଙ୍କ ସହକାରୀ ଭାବେ ଓଲିଉଡ୍‌ରେ ପ୍ରବେଶ କରିଥିଲେ ସଞ୍ଜୟ ନାୟକ, କିନ୍ତୁ ସେ ସ୍ବାଧୀନ ଭାବେ ନିର୍ଦ୍ଦେଶନା ଦେବା ପୂର୍ବରୁ ପ୍ରଥମେ ଅବତାରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଜନ୍ମଦାତା’ (୧୯୯୭)ରେ ସଂଳାପ ରଚନା କରିଥିଲେ। ପରେ ବି ସେ ନିଜ ନିର୍ଦ୍ଦେଶିତ କେତେକ ଛବିରେ ସଂଳାପ ଲେଖିଛନ୍ତି, ମାତ୍ର ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ରୁ ନିର୍ଦ୍ଦେଶକ ଭାବେ ପରିଚିତ ହୋଇଥିଲେ।

ଚିନ୍ମୟ ଦାସ ପଟ୍ଟନାୟକ: ବାଲୁଙ୍କେଶ୍ବର ଫିଲ୍ମସର ‘ସୁନା ଚଢ଼େଇ ମୋ ରୁପା ଚଢ଼େଇ’ରୁ ଓଲିଉଡ୍‌ରେ ସଂଳାପକାର ଭାବେ ପ୍ରବେଶ କରିଥିଲେ ଚିନ୍ମୟ ଦାସ ପଟ୍ଟନାୟକ। ପରେ ‘ତୁ ଥା ମୁଁ ଯାଉଛି ରୁଷି’, ‘ଆଲୋ ମୋର କଣ୍ଢେଇ’, ‘ତୁ ଥିଲେ ମୋ ଡର କାହାକୁ’, ‘ତୁଳସୀ ଅପା’, ‘କେମିତି ଏ ସଂପର୍କ’ ଆଦି ବେଶ୍ କେତୋଟି ଓଡ଼ିଆ ଛବିର ସଂଳାପ ରଚନା କରିଥିଲେ। ଚିନ୍ମୟ ନିର୍ଦ୍ଦେଶନା କ୍ଷେତ୍ର‌କୁ ଆସି ଦର୍ଶକଙ୍କୁ ‘ବିଶ୍ବାସ’ ଓ  ‘ତୁମେ ନ ଥିଲେ’ ଭଳି ଓଡ଼ିଆ ଛବି ଉପହାର ଦେଇଛନ୍ତି।

Delhi traders: ଇଣ୍ଡିମେଣ୍ଟର ସମାବେଶ ଘୁଞ୍ଚାଇବାକୁ ବ୍ୟବସାୟୀଙ୍କ ନିବେଦନ

ହରିହର ମହାପାତ୍ର: ଓଲିଉଡ୍‌ର ଜଣାଶୁଣା ଅଭିନେତା ହରିହର ମହାପାତ୍ର ବି ଜଣେ ସଂଳାପ ଲେଖକ ଓ ନିର୍ଦ୍ଦେଶକ । ସେ ‘ରୁମକୁ ଝୁମାନା’,  ‘ତୁ କହିବୁ ନା ମୁଁ’, ‘ଭଗିଆ ଭାରିଜା’ ଓ ‘ଧୋରେ ବାବୁ ଧୋ’ ଆଦି ସିନେମାର ସଂଳାପ ଲେଖିଥିଲେ। ଗତ ବର୍ଷ ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଛବି ‘ଆଇ ଆମ୍ କାଳିଆ’ ମୁକ୍ତିଲାଭ କରିଥିଲା।

ଭରଦ୍ବାଜ ପଣ୍ଡା: ‘ଧଉଳି ଏକ୍ସପ୍ରେସ୍’ରୁ ଆରମ୍ଭ କରି ଏଯାଏଁ ୨୦ରୁ ଅଧିକ ଓଡ଼ିଆ ସିନେମାର ସଂଳାପ ଲେଖିଥିବା ଭରଦ୍ବାଜ ପଣ୍ଡାଙ୍କୁ ବି ଆମେ ଏ ଶ୍ରେଣୀଭୁକ୍ତ କରିପାରିବା। ଓଲିଉଡ୍‌ରେ ଜୁଲୁ ନାମରେ ପରିଚିତ ଭରଦ୍ବାଜ ପଣ୍ଡା ୨୦୨୧ରେ ‘ଅର୍ଦ୍ଧସତ୍ୟ’ ଶୀର୍ଷକରେ ଏକ ଓଡ଼ିଆ ସିନେମାର ନିର୍ଦ୍ଦେଶନା ଦେଇଥିଲେ।

ମାନସ ପଢ଼ିଆରୀ: ପ୍ରଖ୍ୟାତ ନିର୍ଦ୍ଦେଶକ ବସନ୍ତ ସାହୁଙ୍କ  ନିର୍ଦ୍ଦେଶିତ ‘ସେଲଫିସ୍ ଦିଲ୍’ ଜରିଆରେ ସଂଳାପ ଲେଖକ ଭାବେ ଓଲିଉଡ୍‌ରେ ଏଣ୍ଟ୍ରି କରିଥିଲେ ମାନସ। ପରେ ‘ଗୁପ୍‌ଚୁପ୍‌’, ‘ପ୍ରସ୍ଥାନମ୍’, ‘ଆସିକ୍ ସରେଣ୍ଡର ହେଲା’, ‘କୁହୁଡ଼ି’, ‘କର୍ମ’, ‘ଚ୍ୟାଲେଞ୍ଜ’ ଆଦି ଓଡ଼ିଆ ଛବିର ସଂଳାପ ଲେଖିଥିଲେ ସେ। ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଛବି ‘ଛକିଶୂନ’ ଚଳିତ ବର୍ଷ ମୁକ୍ତିଲାଭ କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.