Forest Land: ଜଙ୍ଗଲ ଜମି ଉଦ୍ଧାରକୁ ନେଇ ବନ ବିଭାଗ ଓ ଗ୍ରାମବାସୀ ମୁହାଁମୁହିଁ

1 month ago 21
ARTICLE AD BOX

ମହାକାଳପଡ଼ା (ସଞ୍ଜୟ ଦାସ): ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଜମ୍ବୁ ପଞ୍ଚାୟତର କଣ୍ଡରାପାଟିଆ ଗ୍ରାମରେ ପ୍ରାୟ ୧୭୦ ଏକର ଜଙ୍ଗଲ କିସମ ଜମି ରହିଛି। ହେଲେ ଉକ୍ତ ଗ୍ରାମର ପ୍ରାୟ ୭୭ଟି ପରିବାର ଦୀର୍ଘ ଦିନ ହେବ ଘରଦ୍ୱାର କରି ବସବାସ କରିବା ସହିତ ଚାଷ ବାଷ କରି ଆସୁଥିଲେ। ତେବେ ବନ ବିଭାଗ  ଉକ୍ତ ଜଙ୍ଗଲ କିସମ ଜମିରେ ବୃକ୍ଷରୋପଣ କରିବାକୁ ଯୋଜନା କରିଛି। ଏ ନେଇ ବନ ବିଭାଗ ପକ୍ଷରୁ ଗତ ମାସ ୨୨ ତାରିଖରେ ଜମ୍ବୁ ପଞ୍ଚାୟତ କାର୍ଯ୍ୟାଳୟରେ କଣ୍ଡରାପାଟିଆ ଗ୍ରାମବାସୀଙ୍କୁ ନେଇ ସଭା କରାଯାଇଥିଲା। ଏଥିରେ ଜଙ୍ଗଲ କିସମ ଜମିକୁ ଛାଡ଼ି ଦେବାକୁ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଥିଲା।

ବ୍ୟାପକ ପୁଲିସ ମୁତୟନ କରାଯାଇଛି

ତେବେ ଆଜି ବନବିଭାଗ ପକ୍ଷରୁ ଉକ୍ତ ଗ୍ରାମରେ ଥିବା ଜଙ୍ଗଲ କିସମ ଜମିରେ ବୃକ୍ଷରୋପଣ କରିବାକୁ ଯିବା ସମୟରେ ଗ୍ରାମବାସୀମାନେ ଏହାକୁ ବିରୋଧ କରିଛନ୍ତି। ଗ୍ରାମବାସୀମାନେ ଗାଁ ମୁଣ୍ଡ ରାସ୍ତା ଉପରେ ନିଜର ପିଲାମାନଙ୍କୁ ଧରି ରାସ୍ତା ଅବରୋଧ କରି ବସି ରହିଛନ୍ତି। ଫଳରେ ଏଠାରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ବନବିଭାଗ ପକ୍ଷରୁ ବୃକ୍ଷରୋପଣ ପାଇଁ ଚେଷ୍ଟା କରାଯାଉଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

Rape: ଝିଆରୀକୁ ଦୁଷ୍କର୍ମ କରି ଦାଦା ଗିରଫ

Read Entire Article
LEFT SIDEBAR AD

Hidden in mobile, Best for skyscrapers.