Gang rape: ମୃଦୁ ପାନୀୟରେ ମଦ ମିଶାଇ ମହିଳାଙ୍କୁ ଗଣଦୁଷ୍କର୍ମ

15 hours ago 3
ARTICLE AD BOX

କାଳିଆପାଣି (ରବି ନାରାୟଣ କର):ଯାଜପୁରଜିଲ୍ଲା ସୁକିନ୍ଦା ଥାନା ଇଲାକାର ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ମହିଳାଙ୍କ ଅସହାୟତା ସୁଯୋଗରେ ଜଣେ ପୂର୍ବ ପରିଚିତ ସହକର୍ମୀ ଓ ତା’ ସହଯୋଗୀ ଯୋଜନାବଦ୍ଧ ଭାବେ ବଡ଼ଚଣା ଥାନା ଚଣ୍ଡିଖୋଲ-ମହାବିନାୟକ ରାସ୍ତା କଡ଼ରେ ଥିବା ଏକ ପରିତ୍ୟକ୍ତ ଆଇବି (ବଙ୍ଗଳାରେ) ଏହି ଅମାନୁଷିକ କାଣ୍ଡ ଭିଆଇଥିବା ପୀଡ଼ିତା ତାଙ୍କ ଏତଲାରେ ଦର୍ଶାଇଛନ୍ତି। 

ଘଟଣାରେ ସଂପୃକ୍ତ ୨ ଅଭିଯୁକ୍ତ ବଡ଼ଚଣା ଥାନା ଖଜିଣିଆ ଗାଁର ରାମଚନ୍ଦ୍ର ସାହୁ(୨୭) ଓ ଜେନାପୁର ଥାନା ମର୍ଜିଦାପୁରର ଛବୀନ୍ଦ୍ର ତରାଇ ଗିରଫ ହୋଇଥିବା ପୁଲିସ ଠାରୁ ସୂଚନା ମିଳିଛି। ଅଭିଯୁକ୍ତ ରାମଚନ୍ଦ୍ର ଓ ପୀଡ଼ିତା ପୂର୍ବରୁ ଗୋଟିଏ ହୋଟେଲରେ କାମ କରୁଥିଲେ।

ଗତ କିଛିଦିନ ଧରି ସ୍ବାମୀଙ୍କ ଠାରୁ ଅଲଗା ରହୁଥିବା ପୀଡ଼ିତା ଗତ ୧ ତାରିଖ କଳିଙ୍ଗନଗର ଥାନା ଇଲାକାରେ ଥିବା ତାଙ୍କ ଭଉଣୀ ଘର ଆସିଥିଲେ। ଗାଁକୁ ଫେରିବା ବାଟରେ ଡୁବୁରି ଛକରେ ଅଭିଯୁକ୍ତ ରାମଚନ୍ଦ୍ର ପୀଡ଼ିତାଙ୍କୁ ଏକୁଟିଆ ଦେଖି ତାଙ୍କ ସ୍ବାମୀ ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବାର ମିଛ ସୂଚନା ଦେଇଥିଲା। ପୀଡ଼ିତା ସେଠାରୁ ଶାଶୂଘର ଚଣ୍ଡିଖୋଲ ଯାଇ ସ୍ବାମୀଙ୍କୁ ଭେଟିବା ଉଦ୍ଦେଶ୍ୟରେ ଏକ ବସ୍‌ରେ ବସିଥିଲେ। ସଂଧ୍ୟା ସାଢ଼େ ୭ଟାରେ ଚଣ୍ଡିଖୋଲରେ ପହଞ୍ଚିବା ପରେ ସେଠାରେ ରାମଚନ୍ଦ୍ର ଭେଟ ହୋଇଥିଲା। ସ୍ବାମୀ ପାଖରେ ଛାଡ଼ିଦେବ ବୋଲି ଆଶା ଦେ‌ଖାଇ ପୀଡ଼ିତାଙ୍କୁ ଏକ ବାଇକ୍‌ରେ ବସାଇ ଉକ୍ତ ବଙ୍ଗଳାକୁ ନେଇଯାଇଥିଲା। 

Gang rape: ତ୍ରିପୁରାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

ମୃଦୁ ପାନୀୟରେ ମଦ ମିଶାଇ ବେହୋସ କରାଇବା ପରେ ୨ ଅଭିଯୁକ୍ତ ମହିଳାଙ୍କୁ ଦୁଷ୍କର୍ମ କରି ସେଠାରେ ଛାଡ଼ି ପଳାଇଥିଲେ। ରାତିସାରା ପୀଡ଼ିତା ସେଠାରେ ଶୋଇ ରହିଥିଲେ। ସକାଳ ୬ଟାରେ ଉଠିବା ପରେ ଭଉଣୀ-ଭିଣୋଇଙ୍କୁ ସେ ଫୋନ୍‌ କରିଥିଲେ। ସେମାନେ ଘଟଣାସ୍ଥଳକୁ ଆସି ପୀଡ଼ିତାଙ୍କୁ ଉଦ୍ଧାର କରିଥିଲେ। ଘଟଣାର ପୃଷ୍ଠଭୂମିକୁ ନେଇ ଏ ସଂକ୍ରାନ୍ତରେ କଳିଙ୍ଗନଗର ଥାନାରେ ଏକ କେସ୍ ରୁଜୁ ହୋଇଥିବା ଜଣାପଡ଼ିଛି।    

Read Entire Article
LEFT SIDEBAR AD

Hidden in mobile, Best for skyscrapers.