IGI Airport: ଦିଲ୍ଲୀରେ ପ୍ରବଳ ବର୍ଷା ନେଇ ଆଇଏମ୍‌ଡି ରେଡ୍‌ ଆଲର୍ଟ ଜାରି କରିଛି

17 hours ago 2
ARTICLE AD BOX

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରବଳ ବର୍ଷା ନେଇଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ରେଡ୍‌ ଆଲର୍ଟ ଜାରି କରିଛି। ଶୁକ୍ରବାର ଅପରାହ୍ଣରୁ ଦିଲ୍ଲୀ ଓ ଏହାର ସଂଲଗ୍ନ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଥିଲା, ଯାହା ଫଳରେ ଆଇଏମ୍‌ଡି ୟେଲୋ ଆଲର୍ଟକୁ ରେଡ୍ ଆଲର୍ଟରେ ବୃଦ୍ଧି କରିଥିଲା। ଦିଲ୍ଲୀରେ ବଜ୍ରପାତ ସହିତ ଆହୁରି ପ୍ରବଳ ବର୍ଷା ହେବା ନେଇ ଆଇଏମ୍‌ଡି ସତର୍କ କରାଇଛି। ଦିଲ୍ଲୀରେ ବର୍ଷା ଯୋଗୁ ବିମାନ ଚଳାଚଳ ପ୍ରଭାବିତ ହୋଇଛି। କିଛି ଘଣ୍ଟା ବର୍ଷା ପରେ ଶୁକ୍ରବାର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (ଆଇଜିଆଇ) ବିମାନବନ୍ଦର ମଧ୍ୟ ପ୍ରବଳ ଜଳବନ୍ଦୀ ହୋଇଥିବା ଦେଖିବାକୁ ମିଳିଛି। ବିମାନବନ୍ଦରରୁ ମିଳିଥିବା ଦୃଶ୍ୟଗୁଡ଼ିକ ଦର୍ଶାଉଛି ଯେ, ଲୋକମାନେ ପାଣି ଭିତରେ ଲଗେଜ୍ ଟ୍ରଲି ବୋହି ନେଉଛନ୍ତି।

ଅପରାହ୍ଣ ୩ଟା ୩୦ ରୁ ୪ଟା ୩୦ ମଧ୍ୟରେ ନଅଟି ବିମାନ - ୪ଟି ଜୟପୁର, ସମାନ ସଂଖ୍ୟାରେ ଲକ୍ଷ୍ନୌ ଓ ଗୋଟିଏ ଅହମ୍ମଦାବାଦକୁ ମାର୍ଗ ପରିବର୍ତ୍ତନ କରାଯାଇଥିଲା। ଏୟାର ଇଣ୍ଡିଆ ତାର ଯାତ୍ରୀମାନଙ୍କ ପାଇଁ ଏକ ପରାମର୍ଶ ଜାରି କରି ‘ଏକ୍ସ’ ରେ ଏକ ପୋଷ୍ଟରେ କହିଛି ଯେ, ପ୍ରତିକୂଳ ପାଗ ପରିସ୍ଥିତି ଯୋଗୁଁ ଦିଲ୍ଲୀକୁ ଏବଂ ଦିଲ୍ଲୀରୁ ବିମାନ ଚଳାଚଳ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଦିଲ୍ଲୀ ସହିତ ଉତ୍ତର ପ୍ରଦେଶର ନୋଏଡା ଓ ଗାଜିଆବାଦକୁ ମଧ୍ୟ ଆଇଏମ୍‌ଡି ଅରେଞ୍ଜ ଆଲର୍ଟ ଜାରି କରିଛି। ହରିୟାଣାର ଗୁରୁଗ୍ରାମ ପାଇଁ କୌଣସି ସତର୍କତା ନଥିଲା। ପାଲାମରେ ଦିନ ୧୧ଟା ୩୦ରୁ ୨ଟା ୩୦ ମଧ୍ୟରେ ୩.୪ ମିମି ବର୍ଷା ହୋଇଥିଲା। ନଜଫଗଡ଼ରେ ସକାଳେ ୦.୫ ମିମି ବର୍ଷା ହୋଇଥିଲା। ଘଣ୍ଟା ଘଣ୍ଟା ଧରି ବର୍ଷା ହେବା ପରେ ଦିଲ୍ଲୀ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକର କିଛି ଅଂଶରେ ମଧ୍ୟ ପ୍ରବଳ ଜଳବନ୍ଦୀ ଦେଖାଦେଇଛି, ଭିଡିଓରେ ପାଣି ଘେରରେ ଯାନବାହନ ଚଳାଚଳ କରୁଥିବାର ଦେଖାଯାଇଛି।

ଜମ୍ମୁ-କାଶ୍ମୀରର ବଡଗାମ୍‌ରେ ଯୁଗ୍ମ ଅପରେସନରେ ଆତଙ୍କବାଦୀ ନିହତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.