ARTICLE AD BOX
ତାଲିନ୍: ୟୁକ୍ରେନକୁ ସାମରିକ ସହାୟତା ଯୋଗାଇବା ପାଇଁ ଏକ ଭାରତୀୟ କମ୍ପାନି ସହ ହୋଇଥିବା ୭୦ ନିୟୁତ ୟୁରୋ (ପ୍ରାୟ ୭୬୯ କୋଟି ଟଙ୍କା)ର ଗୋଳାବାରୁଦ କ୍ରୟ ଚୁକ୍ତିରେ ବ୍ୟାପକ ଅନିୟମିତତା ପରେ ଏଷ୍ଟୋନିଆର ପ୍ରତିରକ୍ଷା ମନ୍ତ୍ରୀ ହାନୋ ପେଭକୁର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏଷ୍ଟୋନିଆର ନ୍ୟାସନାଲ ଅଡିଟ୍ ଅଫିସ୍ ଏହି କ୍ରୟ ପ୍ରକ୍ରିୟା ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିବା ପରେ ପେଭକୁର ରାଜନୈତିକ ନୈତିକତା ଦର୍ଶାଇ ଇସ୍ତଫା ଘୋଷଣା କରିଛନ୍ତି। ସୁରକ୍ଷା ବ୍ୟବସ୍ଥା କାହାରି ବ୍ୟକ୍ତିଗତ ବ୍ୟାପାର ନୁହେଁ ଏବଂ ଦେଶର ପ୍ରତିରକ୍ଷା ବିଭାଗର ନୈତିକ ଦାୟିତ୍ୱ ନେଇ ସେ ପଦ ଛାଡ଼ୁଥିବା ପ୍ରକାଶ କରିଛନ୍ତି।
Standing committee: ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ
ଏହି ସମ୍ପୂର୍ଣ୍ଣ ବିବାଦ ୨୦୨୪ ମସିହାରେ ଏଷ୍ଟୋନିଆର ‘ସେଣ୍ଟର ଫର୍ ଡିଫେନ୍ସ ଇନ୍ଭେଷ୍ଟମେଣ୍ଟ’ (ଆର୍କେଆଇକେ) ଏବଂ ଇଟାଲୀରେ ପଞ୍ଜୀକୃତ ‘ଡାଟାସେଲ୍ ଏସଆରଏଲ’ ନାମକ ସଂସ୍ଥା ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତିରୁ ଆରମ୍ଭ ହୋଇଥିଲା। ଏହି କମ୍ପାନିକୁ ଭାରତର ‘ନେକୋ ଡିଫେନ୍ସ ମ୍ୟୁନିସନ୍ସ’ ଅଧିଗ୍ରହଣ କରିଥିଲା। ୟୁରୋପୀୟ ୟୁନିଅନର ସହାୟତାରେ ୟୁକ୍ରେନକୁ ୧୫୫ ଏମ୍ଏମ୍ କ୍ୟାଲିବରର ଆର୍ଟିଲାରୀ ଗୋଳାବାରୁଦ ଯୋଗାଇବା ପାଇଁ ଏହି ସଂସ୍ଥାକୁ ବିପୁଳ ପରିମାଣର ଅଗ୍ରିମ ଅର୍ଥ ପ୍ରଦାନ କରାଯାଇଥିଲା। ମାତ୍ର ଏହାପୂର୍ବରୁ ଏହି କମ୍ପାନିର ଗୋଳାବାରୁଦ ଉତ୍ପାଦନ କିମ୍ବା ଯୋଗାଣର କୌଣସି ପୂର୍ବ ଅଭିଜ୍ଞତା ନଥିଲା।
Horoscope 2026 September 05: ଜାଣନ୍ତୁ ଆଜିର ରାଶିଫଳ...
ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଯୋଗାଣ ନହେବା ଏବଂ ୨୦୨୫ ମସିହାରେ ଆସିଥିବା ଗୋଳାବାରୁଦଗୁଡ଼ିକର ମାନ ଅତ୍ୟନ୍ତ ନିମ୍ନମାନର ଥିବା ନେଇ ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ପ୍ରତିରକ୍ଷା ପ୍ରତିଷ୍ଠାନଗୁଡ଼ିକ ଅଭିଜ୍ଞତା ନଥିବା କମ୍ପାନି ସହ ଏତେ ବଡ଼ ଚୁକ୍ତି କରିବା ଏବଂ ୭୦ ନିୟୁତ ୟୁରୋ ଅଗ୍ରିମ ଦେବା ନେଇ ଦେଶରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ଏଷ୍ଟୋନିଆ ସରକାର ଏହି ଚୁକ୍ତିକୁ ବାତିଲ କରି ଅଗ୍ରିମ ଅର୍ଥ ଫେରସ୍ତ ପାଇଁ ଫ୍ରାନ୍ସର ଷ୍ଟ୍ରାସବର୍ଗସ୍ଥିତ ୟୁରୋପୀୟ ଆର୍ବିଟ୍ରେସନ୍ ସେଣ୍ଟରର ଦ୍ୱାରସ୍ଥ ହୋଇଛନ୍ତି।
ଅନ୍ୟପଟେ ଭାରତୀୟ ସଂସ୍ଥା ଏବଂ ଡାଟାସେଲ୍ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି।

4 hours ago
2


