Iran US Conflict: ପୁଣି ଥରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଚାହୁଁଛନ୍ତି କି, ଆଗକୁ ଆସନ୍ତୁ, ମାତ୍ର ସତର୍କତା ସହିତ: ଟ୍ରମ୍ପଙ୍କୁ ଖୋଲା ଚେତାବନୀ ଦେଲା ଇରାନ

1 week ago 4
ARTICLE AD BOX

ତେହେରାନ:ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମ୍ପ୍ରତିକ ମନ୍ତବ୍ୟ ଉପରେ କଟାକ୍ଷ କରିଛନ୍ତି। ଟ୍ରମ୍ପ କହିଥିଲେ ଯେ, ଯଦି ତେହେରାନ ନିଜର ଆଭିମୁଖ୍ୟ ପରିବର୍ତ୍ତନ ନ କରେ, ତେବେ ଆମେରିକା ଏବଂ ଏହାର ସହଯୋଗୀମାନେ ଖୁବ୍ ଶୀଘ୍ର ଇରାନକୁ ଶେଷ କରିଦେବେ। ଏହାର ପାଲଟା ଜବାବରେ ଆରାଘଚି ଚେତାବନୀ ଦେଇ କହିଛନ୍ତି, ଆମ ପାଖରେ ମଧ୍ୟ କିଛି କିଛି ଅସମ୍ପୂର୍ଣ୍ଣ କାମ ଶେଷ କରିବାକୁ ଅଛି।

ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ, ଆରାଘଚି ଆଗାମୀ ନିର୍ବାଚନ ପୂର୍ବରୁ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ସମର୍ଥନ କରିଥିବା ଟ୍ରମ୍ପଙ୍କ ପୋଷ୍ଟକୁ କଡ଼ା ସମାଲୋଚନା କରିଛନ୍ତି।ଆମେରିକାର ଚେତାବନୀ ଦେବା ସହିତ ଇରାନ ପୁଣି ଶକ୍ତିଶାଳୀ ହୋଇ ଉଭା ହୋଇଛି।

ପ୍ରତିଶୋଧ ନେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ

ଯଦି ଚାହୁଁଛନ୍ତି ତେବେ ପୁଣି ଥରେ ଭାଗ୍ୟ ପରୀକ୍ଷା କରନ୍ତୁ। ଆଗକୁ ବଢ଼ନ୍ତୁ, କିନ୍ତୁ ସତର୍କ ରୁହନ୍ତୁ। ଆମର କିଛି କାମ ଶେଷ କରିବାକୁ ରହିଛି ବୋଲି ସେ ଟ୍ରମ୍ପଙ୍କ ଉଦ୍ଦେଶ୍ୟରେ ଏଭଳି କହି ଚ୍ୟାଲେଞ୍ଜ ଦେଇଛନ୍ତି। ଯଦି ସଂଘର୍ଷ ପୁଣି ବଢ଼ିବ ତେବେ ଇରାନ ପାଲଟା ଆକ୍ରମଣ କରି ପ୍ରତିଶୋଧ ନେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।

ତେଲ ଅଭିଭ କିମ୍ବା ୱାସିଂଟନ ପାଇଁ ପରିଣାମ ଯାହା ହେଉନା କାହିଁକି, ଇସ୍ରାଏଲପ୍ରଧାନମନ୍ତ୍ରୀ ଜେଲ ଦଣ୍ଡ ଏଡାଇବା ଲାଗି ଆମେରିକାକୁ ଆଉ ଏକ ଯୁଦ୍ଧକୁ ଠେଲୁଛନ୍ତି। ଟ୍ରମ୍ପ ପୂର୍ବରୁ ଚେତାବନୀ ଦେଇଥିଲେ ଯେ, ଯଦି ଇସ୍ରାଏଲ ଭୁଲ ନେତା ଅର୍ଥାତ୍ ନେତାନ୍ୟାହୁଙ୍କ ବ୍ୟତୀତ ଅନ୍ୟ କାହାକୁ ଚୟନ କରିବ ତେବେ ଆମେରିକା ଏକାକୀ ଇରାନର ସାମ୍ନା କରିପାରିବ।

Accident: ସ୍କୋର୍ପିଓ ପାର୍କିଂ କରି ରିଲ୍ ତିଆରି କରୁଥିଲେ, ୪ଜଣଙ୍କୁ ଚାପି ଦେଲା ଟ୍ରକ୍

Read Entire Article
LEFT SIDEBAR AD

Hidden in mobile, Best for skyscrapers.