Kangana-Madhavan pair: ପୁଣି କଙ୍ଗନା-ମାଧବନ ଯୋଡ଼ି!

1 hour ago 1
ARTICLE AD BOX

କଙ୍ଗନା ରାଣାୱତ ଓ ଆର୍. ମାଧବନଙ୍କ ବିନା ‘ତନୁ ୱେଡ୍‌ସ ମନୁ ୩’ର କଳ୍ପନା କରିବା ଅସମ୍ଭବ। ଏଭଳି ମତ ପ୍ରକାଶ କରିଛନ୍ତି ସିନେ ନିର୍ମାତା ତଥା ନିର୍ଦ୍ଦେଶକ ଆନନ୍ଦ ଏଲ୍ ରାୟ। ବଲିଉଡ୍‌ର ଲୋକପ୍ରିୟ ରୋମାଣ୍ଟିକ୍ କମେଡି ଫିଲ୍ମ ଫ୍ରାଞ୍ଚାଇଜ୍ ‘ତନୁ ୱେଡ୍‌ସ ମନୁ’ର ତୃତୀୟ ଭାଗକୁ ଦର୍ଶକ ଅପେକ୍ଷା କରି ରହିଥିବାବେଳେ ଏହାର ଷ୍ଟାର୍‌କାଷ୍ଟ୍‌କୁ ନେଇ ମଧ୍ୟ ଉତ୍ସୁକତା ଲାଗି ରହିଥିଲା। ପୂର୍ବ ଦୁଇଟି ଭାଗ ପରି ଏଥର ମଧ୍ୟ କଙ୍ଗନା ଓ ମାଧବନଙ୍କୁ ଦେଖିବାକୁ ମିଳିବ ନା ତାଙ୍କ ସ୍ଥାନରେ ଅନ୍ୟ କଳାକାର ସୁଯୋଗ ପାଇବେ, ତାହାକୁ ନେଇ ଦର୍ଶକଙ୍କ ମନରେ ବଡ଼ ପ୍ରଶ୍ନ ରହିଥିଲା। ଏବେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ନିର୍ଦ୍ଦେଶକ। ଆର୍. ମାଧବନ ଓ କଙ୍ଗନା ରାଣାୱତଙ୍କ ବିନା ଏହି ଫ୍ରାଞ୍ଚାଇଜ୍‌ର ପରବର୍ତ୍ତୀ ଭାଗ ନିର୍ମାଣ କରିବା ସମ୍ଭବ ନୁହେଁ ବୋଲି ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି।

Patanjali university: ପତଞ୍ଜଳି ବିଶ୍ବବିଦ୍ୟାଳୟରେ ଅଖିଳ ଭାରତୀୟ ପ୍ରାଚ୍ୟ ବିଦ୍ୟା ସମ୍ମିଳନୀ

୨୦୧୧ ମସିହାରେ ‘ତନୁ ୱେଡ୍‌ସ ମନୁ’ ଏବଂ ୨୦୧୫ରେ ଏହାର ଦ୍ୱିତୀୟ ଭାଗ ‘ତନୁ ୱେଡ୍‌ସ ମନୁ ରିଟର୍ନସ୍‌’ର ନିର୍ଦ୍ଦେଶନା ଦେଇଥିଲେ ଆନନ୍ଦ ଏଲ୍ ରାୟ। ଉଭୟ ଫିଲ୍ମ ଦର୍ଶକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଥିଲା। କଙ୍ଗନା ରାଣାୱତଙ୍କ ଜୀବନ୍ତ ଅଭିନୟ ଓ ଆର୍. ମାଧବନଙ୍କ ସରଳ ସାବଲୀଳ ଅଭିନୟ ଦର୍ଶକଙ୍କ ମନ ଜିତିଥିଲା। ତେଣୁ ଏହାର ତୃତୀୟ ଭାଗରେ ମଧ୍ୟ ଏହି ଯୋଡ଼ିଙ୍କୁ ଦେଖିବାକୁ ମିଳିବା ନେଇ ନିର୍ଦ୍ଦେଶକଙ୍କ ବୟାନ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢ଼ାଇଛି। ଏହି ଫିଲ୍ମର ତୃତୀୟ ଭାଗ ନିର୍ମାଣ ପାଇଁ ଭଲ କାହାଣୀ ମିଳିବା ଜରୁରି ବୋଲି ଆନନ୍ଦ ସୂଚାଇଛନ୍ତି। ତାଙ୍କ ମତରେ, ଗୋଟାଏ ସିନେମାର ସଫଳତା ପାଇଁ ବଜେଟ୍‌ଠାରୁ କାହାଣୀର ଗୁରୁତ୍ୱ ଅଧିକ। ତେଣୁ ଦର୍ଶକଙ୍କୁ ଆକର୍ଷିତ କରିପାରୁଥିବା ପରି ଏକ ଭଲ କାହାଣୀ ମିଳିଲେ ହିଁ ଏହି ଲୋକପ୍ରିୟ ଫ୍ରାଞ୍ଚାଇଜ୍‌ର ତୃତୀୟ ଭାଗ ନିର୍ମାଣ ଦିଗରେ ନିର୍ଦ୍ଦେଶକ ଆଗକୁ ବଢ଼ିବେ ବୋଲି ଆଶା କରାଯାଉଛି।

Health: ଆଜି 'ଆଡପ୍ଟ' ବୈଠକ; ସ୍ୱାସ୍ଥ୍ୟ ନୀତିରେ ବୈଜ୍ଞାନିକ ପ୍ରମାଣ ଉପରେ ଗୁରୁତ୍ୱ

Read Entire Article
LEFT SIDEBAR AD

Hidden in mobile, Best for skyscrapers.