Warning: session_start(): open(/home/z0bkvexwnqtm/public_html/cgpt.in/src/var/sessions/sess_2nvutgkesj4a3q9m7fnk3hqq0o, O_RDWR) failed: Disk quota exceeded (122) in /home/z0bkvexwnqtm/public_html/cgpt.in/src/bootstrap.php on line 59

Warning: session_start(): Failed to read session data: files (path: /home/z0bkvexwnqtm/public_html/cgpt.in/src/var/sessions) in /home/z0bkvexwnqtm/public_html/cgpt.in/src/bootstrap.php on line 59
Kapilash: କପିଳାସରେ ବିଶ୍ୱ ହସ୍ତୀ ଦିବସ ପାଳିତ - CGPT.IN

Kapilash: କପିଳାସରେ ବିଶ୍ୱ ହସ୍ତୀ ଦିବସ ପାଳିତ

2 weeks ago 6
ARTICLE AD BOX

ଢେଙ୍କାନାଳ: କପିଳାସସ୍ଥିତ ପ୍ରାଣୀ କେନ୍ଦ୍ରରେ ଆଜି ବିଶ୍ୱ ହସ୍ତୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରାଣୀ କେନ୍ଦ୍ରରେ ଥିବା ୫ଟି ହାତୀକୁ ସୁସଜ୍ଜିତ କରାଯାଇଥିଲା। ହାତୀମାନଙ୍କୁ ଫଳ ଓ ସବୁଜ ପତ୍ର ଖାଇବାକୁ ଦିଆଯାଇଥିଲା।

ହାତୀ ସୁରକ୍ଷା, ସଂରକ୍ଷଣ ଉପରେ ଗୁରୁତ୍ୱ

ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ସମେତ ବନବିଭାଗର ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ହାତୀ ସୁରକ୍ଷା, ସଂରକ୍ଷଣ ଓ ମଣିଷ-ହାତୀ ସଂଘର୍ଷ ହ୍ରାସ ଦିଗରେ ସଚେତନତା ସୃଷ୍ଟି ଉପରେ ଏହି ଦିବସରେ ଗୁରୁତ୍ୱ ଦିଆଯାଇଥିଲା।

ଏଣେ ଆଜି ନନ୍ଦକାନନ ପ୍ରାଣୀ ଉଦ୍ୟାନରେ ବିଶ୍ଵ ହାତୀ ଦିବସ ପାଳିତ ହୋଇଯାଇଛି। ନନ୍ଦନକାନନ ପରିସରରେ ଉପନିର୍ଦ୍ଦେଶକ ପ୍ରଦିପ ମିରା ସେ ଦେବୀଦାସଙ୍କ ତତ୍ବାବଧାନରେ ହାତୀ ଦିବସର ଆୟୋଜନ ହୋଇଥିଲା। ଅତିଥି ଭାବେ ଯୋଗ ଦେଇଥିଲେ ଦାରୁଠେଙ୍ଗ ସରପଞ୍ଚ ତପନ କୁମାର ଚକ୍ରବର୍ତ୍ତୀ ଓ ରଘୁନାଥପୁର ସରପଞ୍ଚ ଖୁଲଣା ମାଝୀ। ପ୍ରଥମେ ହାତୀଶାଳରେ  ୨ ବର୍ଷର କୁନି ହାତୀ ଲିସ,୩ ଆଶା ଓ ୬୨ ବର୍ଷର ବୁଢୀ ବାସନ୍ତୀ , ୨୮ ବର୍ଷର ଯୁବତୀ ହୀରାଙ୍କୁ ଦିଆଗଲା ତରଭୂଜ,ଆଖୁ, ନଡ଼ିଆ, କଦଳୀ ପ୍ରଭୃତି ସୁସ୍ଵାଦୁ ଫଳ ଖାଇବାକୁ ଦେଇ ଅପ୍ୟାୟିତ କରିଥିଲେ ଅତିଥି, ଅଧିକାରୀ ଓ କର୍ମଚାରୀ। ହାତୀମାନେ ଅନୁରୂପ ଭାବେ ଶୁଣ୍ଢ ଟେକି ଅଭିବାଦନ ଜଣାଇଲେ। ହାତୀ ମାହୁନ୍ତମାନଙ୍କୁ ସେମାନଙ୍କ ଉଲ୍ଲେଖନୀୟ ସେବା ପାଇଁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ମାଧ୍ୟମରେ ଜଙ୍ଗଲ ରକ୍ଷା ଓ ହାତୀ ସୁରକ୍ଷାର ବାର୍ତ୍ତା ଦିଆଯାଇଛି। ବିଶ୍ଵ ହାତୀ ଦିବସ ଅବସରରେ ଗଛ ଲଗାଇବା, ଜଙ୍ଗଲକୁ ସୁରକ୍ଷା ଦେବା, ହାତୀକୁ ସୁରକ୍ଷା ଦେଇ ବଂଶବୃଦ୍ଧିରେ ସହାୟକ ହେବା ଆଦି ସଂକଳ୍ପ ନିଆଯାଇଥିଲା।

World Elephant Day: ନନ୍ଦନକାନନରେ ବିଶ୍ଵ ହାତୀ ଦିବସ ପାଳିତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.