Landfall: ବାତ୍ୟା ‘ଅର୍ଣ୍ଣବ’ର ଲ୍ୟାଣ୍ଡଫଲ୍‌ ଶେଷ: ୧୫୦ କିମି ବେଗରେ ପବନ, ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା

1 hour ago 2
ARTICLE AD BOX

ଭୁବନେଶ୍ବର: ଦୀର୍ଘ ସାଢ଼େ ୬ ଘଣ୍ଟାର ସଂଘର୍ଷ ପରେ ସ୍ଥଳଭାଗ ଅତିକ୍ରମ କରିଛି ଅତି ଭୀଷଣ ବାତ୍ୟା ଅର୍ଣ୍ଣବ । ୟନମ ଉପକୂଳ ନିକଟରେ ଲ୍ୟାଣ୍ଡଫଲ୍‌ କରିବା ପରେ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ବାତ୍ୟା । ଲ୍ୟାଣ୍ଡଫଲ୍‌ ସମୟରେ ଘଣ୍ଟାପ୍ରତି ସର୍ବାଧିକ ୧୫୦ କିଲୋମିଟର ବେଗରେ ଝଟ୍‌କା ପବନ ବହିଥିବା ସୂଚନା ମିଳିଛି । ତେବେ ବାତ୍ୟାର ପ୍ରଭାବ ଏବେ ମଧ୍ୟ ଜାରି ରହିଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଚିନ୍ତା ବଢ଼ିଛି ।

ଗଭୀର ଅବପାତର ରୂପ ନେବାର ଆକଳନ

ସ୍ଥଳଭାଗ ଅତିକ୍ରମ କରିବା ପରେ ଅର୍ଣ୍ଣବ ଅତି ଭୀଷଣ ବାତ୍ୟାରୁ ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଆଗକୁ ଏହା ଆହୁରି ଦୁର୍ବଳ ହୋଇ ଗଭୀର ଅବପାତର ରୂପ ନେବାର ଆକଳନ କରାଯାଇଛି । ଏହା ସହିତ ପବନର ବେଗ ମଧ୍ୟ କମିବାରେ ଲାଗିଛି। ପୂର୍ବରୁ ଘଣ୍ଟାପ୍ରତି ୧୧୦ରୁ ୧୨୦ କିଲୋମିଟର ବେଗରେ ପବନ ବହୁଥିବା ବେଳେ ଏବେ ଝଟ୍‌କା ପବନର ବେଗ ଘଣ୍ଟାପ୍ରତି ୧୩୫ କିଲୋମିଟରକୁ ହ୍ରାସ ପାଇଥିବା କୁହାଯାଇଛି ।

ଅନ୍ୟପଟେ ଓଡ଼ିଶାର ଦକ୍ଷିଣ ଜିଲ୍ଲାଗୁଡ଼ିକ ପ୍ରତି ବାତ୍ୟାର ପ୍ରଭାବକୁ ନେଇ ନଜର ରଖାଯାଇଛି । ଦିଆଯାଇଥିବା ତଥ୍ୟ ଅନୁସାରେ, ବାତ୍ୟାଟି କୋରାପୁଟଠାରୁ ୧୮୮ କିଲୋମିଟର, ଗଞ୍ଜାମଠାରୁ ୧୬୧ କିଲୋମିଟର ଏବଂ ଗଜପତିଠାରୁ ୧୩୫ କିଲୋମିଟର ଦୂରରେ ରହିଛି ।

Gas Tank Explosion: ନୀଳଗିରି ପେଟ୍ରୋଲ ପମ୍ପରେ ଅଘଟଣ: ପୁରୁଣା ତେଲ ଟାଙ୍କି କାଟିବା ବେଳେ ଗ୍ୟାସ୍ ଟାଙ୍କି ବିସ୍ଫୋରଣ, ଜଣେ ମୃତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.