ARTICLE AD BOX
ବାଲିଅନ୍ତା: ଗତକାଲି ବିଳମ୍ବିତ ରାତିରେ ବାଲିଅନ୍ତା ଥାନା ଅନ୍ତର୍ଗତ ବୁଢାଲୋ ଗ୍ରାମ ସ୍ଥିତ ମା ବୁଢ଼ୀ ନାହାକାଣୀ ମନ୍ଦିରରୁ ଦୁର୍ବୃତ୍ତମାନେ ମୂର୍ତ୍ତି ଲୁଟି ନେଇଛନ୍ତି l ଏହା ସହିତ ମନ୍ଦିରରେ ଥିବା ଘଣ୍ଟ ଘଣ୍ଟି ଏବଂ ଅନ୍ୟାନ୍ୟ ପୂଜା ସାମଗ୍ରୀ ମଧ୍ୟ ଲୁଟି ନେଇଛନ୍ତି l ଦୁର୍ବୃତ୍ତ ସିସି କ୍ୟାମେରା ଫୁଟେଜ ସମ୍ମୁଖରେ ଛତା ଦେଖାଇ ମୂର୍ତ୍ତି ଚୋରି କରି ନେଇଥିବାରୁ ଏହି ଘଟଣାରେ ଲୁଟେରାଙ୍କୁ ବର୍ତ୍ତମlନ ସୁଦ୍ଧା ଚିହ୍ନଟ କରାଯାଇପାରିନି l ସୂଚନା ଅନୁସାରେ ୨୦୨୨ ମସିହାରେ ବୁଢ଼ୀ ନାହାକାଣୀ ଠାକୁରାଣୀ ପୀଠ ପରିଚାଳନା ଦାୟିତ୍ବ ଦେବୋତ୍ତର ବିଭାଗ ଅଧୀନରେ ରହିଛି l ତେବେ ଏହି ପୀଠକୁ ନେଇ ୨୦୨୨ ମସିହାରେ ବିବାଦ ସୃଷ୍ଟି ହୋଇଥିଲା l
ଉଭୟ ଗ୍ରାମର ଲୋକ ଠାକୁରାଣୀଙ୍କ ପୂଜାର୍ଚ୍ଚନା କରନ୍ତି
ସୂଚନାଯୋଗ୍ୟ ମା ବୁଢ଼ୀ ନାହାକାଣୀ ପୀଠ ବୁଢାଲୋ ଏବଂ ପାଖ ଗ୍ରାମ ସୁବାଲୋ ସୀମାନ୍ତ ଅଞ୍ଚଳରେ ରହିଛି l ୩ ଫୁଟ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ମନ୍ଦିରରେ ଏକ ଛୋଟ ଘରେ ପୂଜା ପାଉଥିଲେ l ଉଭୟ ଗ୍ରାମର ଲୋକ ଠାକୁରାଣୀଙ୍କ ପୂଜାର୍ଚ୍ଚନା କରନ୍ତି l ୪ ବର୍ଷ ତଳେ ଠାକୁରାଣୀ ପୀଠ ମାଲିକାନାକୁ ନେଇ ବୁଢାଲୋ ଏବଂ ସୁବାଲୋ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ଉପୁଜିଥଲା l ଥାନା ଏବଂ କୋର୍ଟ ପର୍ଯ୍ୟନ୍ତ କଥା ଯାଇଥିଲା l ଗତକାଲି ରାତି ୧ଟା ସମୟରେ ମୂର୍ତ୍ତି ଏବଂ ପୂଜା ସାମଗ୍ରୀ ଜିନିଷପତ୍ର ଲୁଟ ହୋଇଯାଇଛି l ସିସି କ୍ୟାମେରା ସମ୍ମୁଖରେ ଛତା ରଖି ଲୁଟପାଟ କରାଯାଇଥିବା ଜଣାପଡିଥିଲେ ହେଁ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇ ପାରି ନାହିଁ l ବୁଢାଲୋ ଗ୍ରାମବାସୀ ମୂର୍ତ୍ତି ଲୁଟ ସମ୍ପର୍କରେ ବାଲିଅନ୍ତା ଥାନାରେ ଅଭିଯୋଗ କରିଛନ୍ତି l ପଡ଼ୋଶୀ ସୁବାଲୋ ଗ୍ରାମରେ ଚୋରି ମୂର୍ତ୍ତି ରଖା ଯାଇଥିବା ନେଇ ସିଧାସଳଖ ଅଭିଯୋଗ କରିଛନ୍ତି l ହେଲେ ବର୍ତ୍ତମାନ ସୁଦ୍ଧା ମୂର୍ତ୍ତି ଉଦ୍ଧାର ହୋଇପାରି ନଥିବା ଜଣାପଡିଛି l ଗଣ୍ଡଗୋଳ ଆଶଙ୍କାରେ ବାଲିଅନ୍ତା ପୁଲିସ ମୁତୟନ ହୋଇଛନ୍ତି l

1 hour ago
2


