Madanmohan Matha: ମଦନମୋହନ ମଠରୁ ୧୮ଟି ପ୍ରାଚୀନ ମୂର୍ତ୍ତି ଚୋରି

1 week ago 4
ARTICLE AD BOX

କାମାକ୍ଷାନଗର/ପଣ୍ଡୁଆ: ଢେଙ୍କାନାଳଜିଲ୍ଲା ତୁମୁସିଙ୍ଗା ଥାନା ଅଧୀନ କନ୍ତିଓ ପୁଟସାହି ଗାଁର ପୁରାତନ ମଦନମୋହନ ମଠରୁ ୧୮ଟି ପ୍ରାଚୀନ ମୂର୍ତ୍ତି ଚୋରି ହୋଇଛି। ମଠର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ମୂର୍ତ୍ତି ଚୋରି କରିଥିବା ଅଭିଯୋଗ ହୋଇଛି। ରାଧାକୃଷ୍ଣଙ୍କ ଚାପଖେଳ ମୂର୍ତ୍ତି ମଧ୍ୟ ଚୋରି ହୋଇଯାଇଛି। ଚୋରି ମୂର୍ତ୍ତିଗୁଡ଼ିକ ପିତ୍ତଳ ସହ ବିଭିନ୍ନ ଧାତବ ଏବଂ ଖଡ଼ି ପଥରର ବୋଲି ଜଣାପଡ଼ିଛି।

Accident: ହରିୟାଣାରେ ହାଇଭୋଲଟେଜ୍‌ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା କ୍ୟାଣ୍ଟର-ଟ୍ରକ୍‌‌

ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରର ତାଲା ଭାଙ୍ଗି ବର୍ଷ ବର୍ଷ ଧରି ପୂଜା ପାଉଥିବା ୧୮ଟି ମୂର୍ତ୍ତି ଚୋରି କରି ନେଇଥିଲେ। ପୁରାତନ କୀର୍ତ୍ତିରାଜି ଗାଏବ ହୋଇଯିବା ପରେ ଭକ୍ତ ଓ ଗ୍ରାମବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ମଠ ପକ୍ଷରୁ ତୁମୁସିଙ୍ଗା ଥାନାରେ ଲିଖିତ ଅଭିଯୋଗ ଦିଆଯାଇଛି। ଅଭିଯୋଗ ପାଇ ପୁଲିସ ଘଟଣାସ୍ଥଳରେ ତଦନ୍ତ କରିଛି।

Flood in Bhadrak: ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି; ୧,୦୭,୭୭୩ ଜଣ ସ୍ଥାନାନ୍ତରିତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.