ARTICLE AD BOX
ବେଙ୍ଗାଲୁରୁ: ବେଙ୍ଗାଲୁରୁବାସୀଙ୍କ ପାଇଁ ମେଟ୍ରୋ ରେଳ ସେବାର ଆଉ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବେଙ୍ଗାଲୁରୁ ମେଟ୍ରୋର ପିଙ୍କ୍ ଲାଇନ୍ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡି କେ ଶିବକୁମାରଙ୍କ ସହ ପ୍ରଧାନମନ୍ତ୍ରୀ ମେଟ୍ରୋ ଟ୍ରେନ୍ରେ ଯାତ୍ରା ମଧ୍ୟ କରିଛନ୍ତି। ଉଭୟ ନେତା ଟିକେଟ୍ କାଉଣ୍ଟରରୁ ଟିକେଟ୍ କିଣିବା ପରେ ଟ୍ରେନ୍ରେ ଯାତ୍ରା କରିଥିଲେ। ନିଜେ ଡିକେ ଶିବକୁମାର ଏନେଇ ଏକ୍ସରେ ଏକ ପୋଷ୍ଟ୍ କରିଛନ୍ତି। ଯାତ୍ରାରେ କର୍ଣ୍ଣାଟକ ରାଜ୍ୟପାଳ ସୁଧା ଯାଦବ, ସାଂସଦ ତେଜସ୍ୱୀ ସୂର୍ଯ୍ୟ ଏବଂ ମନ୍ତ୍ରୀ କେ.ବି. ଗୌଡ଼ା ମଧ୍ୟ ସାମିଲ ହୋଇଥିଲେ ବୋଲି ସେ କହିଛନ୍ତି।
ଆହୁରି ପଢନ୍ତୁ :BJP: ‘କେଉଁ ବିଚାରପତି ବିଜେପି ସହ ଅଛନ୍ତି?’ ଅଭିଷେକ ବାନାର୍ଜୀଙ୍କୁ କଲିକତା ହାଇକୋର୍ଟଙ୍କ ପ୍ରଶ୍ନ
ନଭେମ୍ବର ୧୪ ତାରିଖ ସକାଳ ୬ଟାରୁ ନମ୍ମା ମେଟ୍ରୋର ନୂତନ ରେଳପଥ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ଏହି ନୂତନ ଲାଇନ୍ ଆରମ୍ଭ ହେବା ପରେ ବେଙ୍ଗାଲୁରୁରେ ଚାଲିଥିବା ମେଟ୍ରୋ ନେଟୱର୍କ ୧୦୩.୬ କିଲୋମିଟରରେ ପହଞ୍ଚିବ। ଏଥିସହ ଦିଲ୍ଲୀ ପରେ ବେଙ୍ଗାଲୁରୁ ଭାରତର ଦ୍ୱିତୀୟ ବୃହତ୍ତମ ମେଟ୍ରୋ ନେଟୱର୍କ ଥିବା ସହରର ମାନ୍ୟତା ହାସଲ କରିବ। ବେଙ୍ଗାଲୁରୁ ମେଟ୍ରୋର ଏହି ନୂତନ ପିଙ୍କ୍ ଲାଇନ୍ର ଉଦ୍ଘାଟିତ ଅଂଶର ଲମ୍ବ ୭.୫ କିଲୋମିଟର। ୭.୫ କିଲୋମିଟର ଦୀର୍ଘ ଏହି ଏଲିଭେଟେଡ୍ ମେଟ୍ରୋ ରେଳପଥ କାଲେନା ଅଗ୍ରହାରାରୁ ତାଭାରେକେରେ ପର୍ଯ୍ୟନ୍ତ ଚାଲିବ। ଏହା ସଦ୍ଦାଗୁଣ୍ଟେପାଲ୍ୟା ଦେଇ ଯାତାୟାତ କରିବ।
ଆହୁରି ପଢନ୍ତୁ :Shashi Tharoor: ଭାରତ ସମ୍ମିଳନୀକୁ ୧୧୫ ବିଦେଶୀ ବକ୍ତାଙ୍କୁ ମନା, କେନ୍ଦ୍ରକୁ ଶଶୀ ଥରୁରଙ୍କ ଟାର୍ଗେଟ୍
ଜୟଦେବ ମେଟ୍ରୋ ଷ୍ଟେସନ୍ରେ ଏହି ଲାଇନ୍ ଇଲେକ୍ଟ୍ରୋନିକ୍ ସିଟି ମେଟ୍ରୋ କରିଡର ସହ ସଂଯୋଗ ହେବାର ଆଶା ରହିଛି। ଜୟଦେବ ମେଟ୍ରୋ ଷ୍ଟେସନ୍ରେ ଏହି ଇଣ୍ଟରଚେଞ୍ଜ୍ ସୁବିଧା ଯୋଗୁ ନୂତନ ମେଟ୍ରୋ ଲାଇନ୍ର ଉପଯୋଗିତା ଆହୁରି ବୃଦ୍ଧି ପାଇବ। ଯାତ୍ରୀମାନେ ଏଠାରେ ଟ୍ରେନ୍ ପରିବର୍ତ୍ତନ କରି ଇଲେକ୍ଟ୍ରୋନିକ୍ ସିଟି କରିଡର ଦେଇ ଏଚ୍ଆରଏସ୍ ଲେଆଉଟ୍, ଜୟନଗର ଏବଂ ହ୍ୱାଇଟ୍ଫିଲ୍ଡ ଭଳି ଅଞ୍ଚଳକୁ ସହଜରେ ଯାତ୍ରା କରିପାରିବେ। ନୂଆ ଲାଇନ୍ରେ ୫ଟି ଟ୍ରେନ୍ ଚାଲିବ। ଏଥି ମଧ୍ୟରୁ ୪ଟି ପ୍ରତିିଦିନ ଚାଲିବ ଏବଂ ଅନ୍ୟଟିକୁ ଜରୁରୀ ସ୍ଥିତି ପାଇଁ ରଖାଯିବ।

1 hour ago
2


