ARTICLE AD BOX
କୋରାପୁଟ: କୋରାପୁଟ ପୁଲିସର ମୋଷ୍ଟ ୱାଣ୍ଟେଡ୍ ତଥା ବୋରିଗୁମ୍ମା ପାଟ୍ରୋଲିଂ ଗାଡ଼ି ଆକ୍ରମଣ ଘଟଣାର ମୁଖ୍ୟ ଅପରାଧୀ ଟୁନା ହରିଜନକୁ ଛତିଶଗଡ଼ର ଜଗଦଲପୁରରୁ ଗିରଫ କରିଛି ପୁଲିସ। ଜଗଦଲପୁରରେ ଟୁନା ଡେରା ପକାଇଥିବା ସୂଚନା ପାଇ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଗୁରୁବାର ଜଗଦଲପୁର ଯାଇଥିଲା। କୋରାପୁଟ ଏସ୍ପିଙ୍କ ନିର୍ଦ୍ଦେଶରେ ଗଠିତ ସ୍ବତନ୍ତ୍ର ଟିମ୍ ଟୁନାର ଗତିବିଧି ଉପରେ ନଜର ରଖିଥିଲା। ବିଭିନ୍ନ ସମୟରେ ଟୁନା ନବରଙ୍ଗପୁରର କୋଷାଗୁମୁଡ଼ା, କୋରାପୁଟର କୋଟପାଡ଼ ଏବଂ ଜଗଦଲପୁରକୁ ସ୍ଥାନ ବଦଳାଉଥିବାରୁ ପୁଲିସ ଧରିବାରେ ବିଫଳ ହେଉଥିଲା। ଗୁରୁବାର ଜଗଦଲପୁର ନୂଆ ବସ୍ଷ୍ଟାଣ୍ଡ ନିକଟରେ ଟୁନା ସହ ମୁହାଁମୁହିଁ ହୋଇଥିଲା ପୁଲିସ ଟିମ୍। ଟୁନା ଏକ ବାଇକ୍ (ଓଡି୧୦ଏଡି-୬୩୩୨)ରେ ବୁଲୁଥିବା ବେଳେ ସାଦା ପୋଷାକରେ ଥିବା ପୁଲିସ ଟୁନାକୁ କାବୁ କରିଥିଲା। ଟୁନା ନିକଟରୁ ଏକ ପିସ୍ତଲ ଓ ୧୦ ରାଉଣ୍ଡ ଗୁଳି ଜବତ କରାଯାଇଥିବା ପୁଲିସ କହିଛି। ଏଏସ୍ପି ମନୋଜ ପୂଜାରୀ, ଅଭିଷେକ ପାଣିଗ୍ରାହୀ, ବୋରିଗୁମ୍ମା ଥାନା ଏସ୍ଆଇ ସିଦ୍ଧାନ୍ତ ବେହେରା, କନେଷ୍ଟବଳ ଅଜୟ ଖିଲ ଓ ସୋନୁ ଜାନିଙ୍କୁ ନେଇ ଟିମ୍ ଗଠନ ହୋଇଥିଲା।
Neglect: ନଗଡ଼ା ପାଖ ଗୁହିଆଶାଳ ରାଜସ୍ବ ଗାଁକୁ ନାହିଁ ରାସ୍ତା
ରିମାଣ୍ଡରେ ଆଣିବ କୋରାପୁଟ ପୁଲିସ
ଜିଲ୍ଲାୱାରୀ ଗ୍ୟାଙ୍ଗ ଗଠନ କରିଛି: ଏସ୍ପି
ଛତିଶଗଡ଼, ଓଡ଼ିଶାରେ ୪୦ରୁ ଊର୍ଦ୍ଧ୍ବ ମାମଲା
ଟୁନା ହରିଜନ ନାମରେ ଜିଲ୍ଲା ଓ ବାହାର ରାଜ୍ୟର ବିଭିନ୍ନ ଥାନାରେ ଚୋରି, ଡକାୟତି, ରାହାଜାନି ଭଳି ୪୦ରୁ ଅଧିକ ଆପରାଧିକ ମାମଲା ରହିଛି। ଶୁକ୍ରବାର ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ଜିଲ୍ଲାର ବିଭିନ୍ନ ଥାନାର ଅଧିକାରୀ ଆସି ତଦନ୍ତ କରି ଫେରିଥିଲେ। କୋରାପୁଟ ଏସ୍ପି ରୋହିତ ବର୍ମା କହିଛନ୍ତି, ବୋରିଗୁମ୍ମା ମାମଲାରେ ୮ ଜଣିଆ ଡକାୟତ ଗ୍ୟାଙ୍ଗ ସାମିଲ୍ ଥିଲେ। ମୁଖ୍ୟ ଅଭିଯୁକ୍ତ ଟୁନା ଗିରଫ ହେଲା ପରେ ତାକୁ ରିମାଣ୍ଡରେ ଆଣି ତା’ର ଅପରାଧ ଜଗତର ଗୁମର ଖୋଲିବ ପୁଲିସ। ଖୁବ୍ ଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ। ଟୁନାର ଗ୍ୟାଙ୍ଗ ସଂକ୍ରାନ୍ତରେ ଏସ୍ପି କହିଛନ୍ତି, ବିଭିନ୍ନ ଜିଲ୍ଲାରେ ଓ ବିଭିନ୍ନ ଅଞ୍ଚଳରେ ଟୁନା ଅଲଗା ଅଲଗା ଗ୍ୟାଙ୍ଗ ଗଢ଼ି ଅପରେଟ୍ କରୁଛି। ତଦନ୍ତ ପରେ ଏ ସବୁ ଗ୍ୟାଙ୍ଗ ବିଷୟରେ ସବିଶେଷ ତଥ୍ୟ ଜଣାପଡ଼ିବ।
Flood in Bihar: ବିହାରରେ ବନ୍ୟା; ୮ ଜିଲ୍ଲାରେ ହାଇଆଲର୍ଟ, ଗଙ୍ଗା-କୋଶୀ ନଦୀ ବିପଦ ସଙ୍କେତ ଟପିଲା

6 hours ago
1


