Nepal-Tibet : ନେପାଳରେ ୨୭୫ଜଣ ଭାରତୀୟ ନିଖୋଜ

14 hours ago 3
ARTICLE AD BOX

ନୂଆଦିଲ୍ଲୀ: ନେପାଳ ବନ୍ୟାରେ ୨୭୫ ଭାରତୀୟ ନାଗରିକ ନିଖୋଜ ଅଛନ୍ତି ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୈସ୍ବାଲ କହିଛନ୍ତି। ଏକ ବିବୃତି ଜାରି କରି ଜୈସ୍ବାଲ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ୨୭୫ ଭାରତୀୟ ନାଗରିକ ନେପାଳ ବନ୍ୟାରେ ନିଖୋଜ ଅଛନ୍ତି। ‌ତେବେ ୧୬୬ ଜଣଙ୍କୁ ଏଯାବତ୍ ଉଦ୍ଧାର କରାଯାଇଛି। ଯେଉଁମାନେ ଉଦ୍ଧାର ହୋଇଛନ୍ତି ସେମାନଙ୍କ ନାଁ ଏମ୍‌ଇଏ ଜାରି କରିଛି।

 ରଣଧୀର କହିଛନ୍ତି, ଆମେ ନେପାଳ ସରକାରଙ୍କ ସହ ଲଗାତାର ଯୋଗାଯୋଗରେ ରହିଛୁ। ରିଲିଫ୍‌ ଓ ଉଦ୍ଧାର ଅପରେସନ୍‌ରେ ଭାରତ ଓ ନେପାଳ ମିଳିତ ସହଯୋଗରେ କାମ କରୁଛନ୍ତି। ଉଦ୍ଧାର ଅପରେସନ୍‌ରେ ନେପାଳ କର୍ତ୍ତୃପକ୍ଷଙ୍କ ଉଦ୍ୟମକୁ ଆମେ ପ୍ରଶଂସା କରୁଛୁ ବୋଲି ସେ କହିଛନ୍ତି। ନେପାଳରେ ଏଯାବତ୍ ୧୬୬ ଜଣ ଉଦ୍ଧାର ହୋଇଛନ୍ତି ଏବଂ ୧୯୭୦ ଭାରତୀୟ ନାଗରିକ ସୁରକ୍ଷିତ ଭାବେ ଚୀନ୍‌ରୁ ନେପାଳ ଆସିଥିବା ସେ କହିଛନ୍ତି।

‘ହରେକୃଷ୍ଣ ମହାମନ୍ତ୍ର ମତେ ବଞ୍ଚିବା ପାଇଁ ଶକ୍ତି ଦେଇଥିଲା’: ନେପାଳ ପୀଡ଼ିତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.