Operation Almas: ଅପରେସନ୍ ଆଲମାସ୍‌ରେ ୮୦ ଜଣ ପାକିସ୍ତାନୀ ସେନା କର୍ମଚାରୀଙ୍କୁ ମାରିଛୁ: ବଲୁଚ୍ ଲିବରେସନ୍ ଫ୍ରଣ୍ଟର ଦାବି

1 hour ago 2
ARTICLE AD BOX

ଇସଲାମାବାଦ: ବଲୁଚ୍ ଲିବରେସନ୍ ଫ୍ରଣ୍ଟ(ବିଏଲଏଫ) ଗ୍ୱାଦର ଏବଂ ଆଖପାଖ ଅଞ୍ଚଳରେ ଚଳାଇଥିବା ‘ଅପରେସନ୍ ଆଲମାସ୍’ରେ ୮୦ ରୁ ଅଧିକ ପାକିସ୍ତାନୀ ସାମରିକ ଏବଂ ଗୁପ୍ତଚର କର୍ମଚାରୀଙ୍କୁ ହତ୍ୟା କରିଥିବା ଦାବି କରିଛି। ଜାରି ଏକ ବିବୃତିରେ, ଗୋଷ୍ଠୀର ମୁଖପାତ୍ର ମେଜର ଗ୍ୱାହରାମ ବାଲୋଚ୍ କହିଛନ୍ତି,ଏହି ଅପରେସନରେ ପାକିସ୍ତାନୀ ସାମରିକ ପ୍ରତିଷ୍ଠାନ, ଗୁପ୍ତଚର କାର୍ଯ୍ୟାଳୟ ଏବଂ ସୁରକ୍ଷା ଚେକ୍ ପଏଣ୍ଟଗୁଡ଼ିକୁ ଟାର୍ଗେଟ କରାଯାଇଥିଲା।

ବିଏଲଏଫ ଅନୁଯାୟୀ, ଏହାର ଯୋଦ୍ଧାମାନେ ଗ୍ୱାଦରରେ ଥିବା ଫ୍ରଣ୍ଟିୟର୍ ୱାର୍କ୍ସ ଅର୍ଗାନାଇଜେସନର ମୁଖ୍ୟ ଶିବିର ଉପରେ ଆକ୍ରମଣ କରିଥିଲେ। ଆକ୍ରମଣରେ ୧୨ଟି ସଶସ୍ତ୍ର ଯାନ ଏବଂ ଯୋଗାଣ ଟ୍ରକକୁ ନଷ୍ଟ ହୋଇଛି। ଏହା ସହିତ ଚାରୋଟି କ୍ୱାଡକପ୍ଟର ଏବଂ ଦୁଇଟି ନିରୀକ୍ଷଣ ଡ୍ରୋନ୍‌କୁ ଗୁଳି କରି ଖସାଇ ଦିଆଯାଇଛି। ଦୁଇଟି ପୁଲିସ ଷ୍ଟେସନକୁ କବଜା କରାଯାଇଛି। ବିଦ୍ରୋହୀମାନେ ୨୦ ଘଣ୍ଟାରୁ ଅଧିକ ସମୟ ଧରି ମୁଖ୍ୟ ଶିବିରକୁ ନିଜ ନିୟନ୍ତ୍ରଣରେ ରଖିଥିଲେ।

ଆତଙ୍କବାଦୀଙ୍କ ବିରୋଧରେ ଅଭିଯାନ ସମାପ୍ତ

ପାକିସ୍ତାନୀ ସେନାର ଗଣମାଧ୍ୟମ ଶାଖା ଏକ ବିବୃତି ଜାରି କରି କହିଛି ଯେ, ସୁରକ୍ଷା ବାହିନୀ ଗ୍ୱାଦରରେ ଆତଙ୍କବାଦୀଙ୍କ ବିରୋଧରେ ଅଭିଯାନ ସମାପ୍ତ କରିଛି। ଏଥିରେ ୧୦ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଛି। ଏଥିରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି। ଅନେକ ଯାନବାହନ ନଷ୍ଟ ହୋଇଛି। ସୁରକ୍ଷା ବାହିନୀର କୌଣସି ବିଶେଷ କ୍ଷତି ହୋଇନାହିଁ। ଗଣମାଧ୍ୟମ ଶାଖା ଭାରତ ବିଏଲଏଫ ବିଦ୍ରୋହୀଙ୍କୁ ସମର୍ଥନ କରୁଥିବା ଅଭିଯୋଗ କରିଛି।

Secret Intelligence Support: ସାଉଦି ଆରବ ବିରୋଧରେ ହୁତିଙ୍କୁ ଗୁପ୍ତ ଭାବରେ ସାହାଯ୍ୟ କରୁଛି ଆମେରିକାର ସହଯୋଗୀ ୟୁଏଇ!

Read Entire Article
LEFT SIDEBAR AD

Hidden in mobile, Best for skyscrapers.