Painkiller: ପେନ୍‌ କିଲର୍‌ ଉପଶମ କରେ କେମିତି?

1 day ago 6
ARTICLE AD BOX

ଯେତେବେଳେ ଶରୀରରେ କୌଣସି ଅଂଶରେ ଆଘାତ ଲାଗେ, ଫୁଲା ହୁଏ ବା ଅନ୍ୟ କୌଣସି ସମସ୍ୟା ଦେଖାଦିଏ, ସେଠାରେ ଥିବା ସ୍ନାୟୁଗୁଡ଼ିକ ଯନ୍ତ୍ରଣା ସମ୍ବନ୍ଧୀୟ ସଙ୍କେତ ବା ସିଗ୍‌ନାଲ୍‌ ମସ୍ତିଷ୍କକୁ ପଠାଇଥାଆନ୍ତି। ମସ୍ତିଷ୍କ ଏହି ସିଗ୍‌ନାଲ୍‌ଗୁଡ଼ିକୁ ବୁଝିପାରେ ଓ ସେତେବେଳେ ଆମକୁ ଯନ୍ତ୍ରଣା ଅନୁଭବ ହୁଏ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଆସେ, ଯେତେବେଳେ ଆମେ ପେନ୍‌ କିଲର୍‌ ବଟିକା ଖାଉ, ସେତେବେଳେ ଏହା କିପରି ଜାଣିପାରେ ଯେ, ଶରୀରର କେଉଁ ଜାଗାରେ ଯନ୍ତ୍ରଣା ହେଉଛି? ସତ କଥା ହେଲା, ପେନ୍‌ କିଲର୍‌ ଆଦୌ ଜାଣି ନଥାଏ ଯନ୍ତ୍ରଣା ଠିକ୍‌ କେଉଁ ସ୍ଥାନରେ ହେଉଛି, ତଥାପି ଏହା ଆଶ୍ବସ୍ତି ଦେଇଥାଏ।

Business Opinion: ବଣିଜ ବିଚାର: ଗୋଖାଦ୍ୟ ଉଦ୍ୟୋଗରେ ବି ଆମେ ପଛୁଆ

ଆଘାତ କିମ୍ବା ଫୁଲା ହେଲେ ଶରୀରରେ କିଛି କେମିକାଲ୍‌ ବାହାରିଥାଏ, ଯେଉଁଥିରେ ‘ପ୍ରୋଷ୍ଟାଗ୍ଲାଣ୍ଡିନ୍‌’ ହେଉଛି ମୁଖ୍ୟ। ଏହି ପଦାର୍ଥଗୁଡ଼ିକ ସ୍ନାୟୁଗୁଡ଼ିକୁ ଅଧିକ ସମ୍ବେଦନଶୀଳ କରିଦେଇଥାଆନ୍ତି, ଫଳରେ ଯନ୍ତ୍ରଣାର ସିଗ୍‌ନାଲ୍‌ ମସ୍ତିଷ୍କରେ ପହଞ୍ଚି ଆମକୁ ଯନ୍ତ୍ରଣା ଅନୁଭୂତ ହୁଏ। ଏହି ପ୍ରକ୍ରିୟାଟି ଶରୀରର ଏକ ପ୍ରକାର ସୁରକ୍ଷା ପ୍ରଣାଳୀ ଅଟେ, ଯାହା ମାଧ୍ୟମରେ ଯନ୍ତ୍ରଣା ଜରିଆରେ ଶରୀର ଆମକୁ ଜଣାଇଥାଏ ଯେ କିଛି ସମସ୍ୟା ରହିଛି। ଆମେ ସେହି ଅଂଶର ଯତ୍ନ ନେଇ ଅଧିକ କ୍ଷତିରୁ ରକ୍ଷା ପାଇପାରିବା। 

ଔଷଧ ଖାଇବା ପରେ ଏହାର ସକ୍ରିୟ ଉପାଦାନ ପେଟ ଓ ଅନ୍ତଃନଳୀ ଦ୍ବାରା ଅବଶୋଷିତ ହୋଇ ରକ୍ତରେ ମିଶିଯାଏ ଏବଂ ରକ୍ତ ଏହାକୁ ଶରୀରର ପ୍ରତି କୋଣରେ ପହଞ୍ଚାଇଥାଏ। ଏହି କାରଣରୁ ଔଷଧକୁ ଯନ୍ତ୍ରଣାର ଉଚିତ ସ୍ଥାନ ଖୋଜିବାର ଆବଶ୍ୟକତା ନାହିଁ। ଔଷଧୀୟ ଉପାଦାନ ସମଗ୍ର ଶରୀରକୁ ଆପେ ବ୍ୟାପି ଯାଇଥାଏ। ଅଧିକାଂଶ ସାଧାରଣ ପେନ୍‌ କିଲର୍‌ ‘ପ୍ରୋଷ୍ଟାଗ୍ଲାଣ୍ଡିନ୍‌’ ତିଆରି ହେବାର ପ୍ରକ୍ରିୟାକୁ ମନ୍ଥର କରିଥାଏ। ଯାହାଦ୍ବାରା ଯନ୍ତ୍ରଣା କମିବାକୁ ଲାଗେ। ସାଧାରଣତଃ ଔଷଧ ୨୦ରୁ ୩୦ ମିନିଟ୍‌ ଭିତରେ କାମ କରିବା ଆରମ୍ଭ କରିଦିଏ, କାରଣ ଏହି ସମୟ ମଧ୍ୟରେ ସକ୍ରିୟ ଉପାଦାନଟି ରକ୍ତରେ ଭଲ ଭାବେ ପହଞ୍ଚିଥାଏ ଓ ଏହାର କାମ ଆରମ୍ଭ କରିଦିଏ। ଯନ୍ତ୍ରଣା ହେଉଥିବା କିମ୍ବା ଫୁଲିଥିବା ସ୍ଥାନରେ କେମିକାଲ୍ କାର୍ଯ୍ୟକଳାପ ବାକି ଶରୀର ଅପେକ୍ଷା ଅଧିକ ଥାଏ ଓ ପେନ୍ କିଲର୍ ସେହି ସ୍ଥାନର କାର୍ଯ୍ୟକଳାପକୁ ସବୁଠାରୁ ଅଧିକ ପ୍ରଭାବିତ କରିଥାଏ। କିଛି ଔଷଧ ପ୍ରୋଷ୍ଟାଗ୍ଲାଣ୍ଡିନ୍ କମାଇଥାଏ ତ କିଛି ସିଧାସଳଖ ସ୍ନାୟୁ ଓ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ।

Allegations: ସରକାରୀ ବାସଭବନକୁ ନେଇ ପ୍ରଧାନଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

ସେଥିପାଇଁ ବିଭିନ୍ନ ପ୍ରକାରର ଯନ୍ତ୍ରଣା ପାଇଁ ଅଲଗା ଅଲଗା ଔଷଧ ଦିଆଯାଇଥାଏ। ପ୍ରତ୍ୟେକ ଯନ୍ତ୍ରଣା ପାଇଁ ଗୋଟିଏ ପେନ୍ କିଲର୍ ଠିକ୍ ବୋଲି ବିବେଚନା କରାଯାଏ ନାହିଁ। କୌଣସି ବି ପେନ୍ କିଲର୍‌କୁ ବାରମ୍ବାର କିମ୍ବା ଆବଶ୍ୟକତାଠାରୁ ଅଧିକ ମାତ୍ରାରେ ଖାଇବା ଠିକ୍ ନୁହେଁ କାରଣ ପେଟ, କିଡ୍‌ନି ଓ ଯକୃତ ପରି ଅଙ୍ଗଗୁଡ଼ିକ ଉପରେ ଖରାପ ପ୍ରଭାବ ପକାଇପାରେ। ଏହା ରକ୍ତ ଜରିଆରେ ସାରା ଶରୀରରେ ପହଞ୍ଚିଥାଏ ଓ ଯନ୍ତ୍ରଣା ସୃଷ୍ଟିକାରୀ କେମିକାଲ୍ ସିଗ୍‌ନାଲ୍‌ କିମ୍ବା ସ୍ନାୟୁ ମସ୍ତିଷ୍କର ଯନ୍ତ୍ରଣା ସଙ୍କେତକୁ ପ୍ରଭାବିତ କରିଥାଏ। ଏହି କାରଣରୁ ଆମକୁ ଯନ୍ତ୍ରଣା ହେଉଥିବା ସ୍ଥାନରେ ହିଁ ଆଶ୍ୱସ୍ତି ଅନୁଭବ ହୁଏ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.