ARTICLE AD BOX
ନ୍ୟୁୟର୍କ: ଜାତିସଂଘ ଭଳି ଆନ୍ତର୍ଜାତୀୟ ମଞ୍ଚ ବ୍ୟବହାର କରି ପାକିସ୍ତାନ ଅପପ୍ରଚାର କରୁଥିବା ଅଭିଯୋଗ କରିଛି ଭାରତ। ଏହା ପୁଣି ଦୋହରାଇଛି ଯେ, ଜମ୍ମୁ ଏବଂ କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଂଶ। ପାକିସ୍ତାନ ବେଆଇନ ଭାବେ ଦଖଲ କରିଥିବା ସମସ୍ତ ଅଞ୍ଚଳକୁ ଖାଲି କରିବା ଉଚିତ୍। ପାକିସ୍ତାନୀ ପ୍ରତିନିଧିମାନେ ସେମାନଙ୍କ ସେନାର ନିର୍ଦ୍ଦେଶ ପାଳନ କରିବା ଅପେକ୍ଷା ନିଜ ଲୋକଙ୍କ କଲ୍ୟାଣ ଉପରେ ଧ୍ୟାନ ଦେବା ଉଚିତ୍।
ଭାରତ ମିଳିତ ଜାତିସଂଘ ସାଧାରଣ ପରିଷଦର ତୃତୀୟ କମିଟିରେ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ସ୍ଥିତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି। ଭାରତୀୟ ପ୍ରତିନିଧି ରଘୁ ପୁରୀ କହିଛନ୍ତି, ପାକିସ୍ତାନକୁ ନିଜର ନାଗରିକଙ୍କ କଲ୍ୟାଣ ଏବଂ ଦେଶରେ ରହୁଥିବା ହିନ୍ଦୁ ସଂଖ୍ୟାଲଘୁଙ୍କ ଅଧିକାର ଉପରେ ଧ୍ୟାନ ଦେବା ଉଚିତ୍ ବୋଲି କହି ଆଇନା ଦେଖାଇଛି।
ଅଧିକାରର ସୁରକ୍ଷା ପାଇଁ ରହିଛି ସାମ୍ବିଧାନିକ ବ୍ୟବସ୍ଥା
ଭାରତର ବିବିଧ ସାଂସ୍କୃତିକ ଐତିହ୍ୟ, ଧାର୍ମିକ ସ୍ୱାଧୀନତା ଏବଂ ସାମ୍ବିଧାନିକ ବ୍ୟବସ୍ଥାକୁ ଉଦ୍ଧୃତ କରି ପୁରୀ କହିଥିଲେ ଯେ ଧାର୍ମିକ ଏବଂ ଭାଷାଗତ ସଂଖ୍ୟାଲଘୁଙ୍କ ଅଧିକାରକୁ ସୁରକ୍ଷା ଦେବା ପାଇଁ ସାମ୍ବିଧାନିକ ବ୍ୟବସ୍ଥା ରହିଛି। ସଂଖ୍ୟାଲଘୁ ସମ୍ପ୍ରଦାୟ ଭାରତର ଜାତୀୟ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଛନ୍ତି ଏବଂ ସରକାର ଏବଂ ପ୍ରମୁଖ ପ୍ରତିଷ୍ଠାନରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି।
ପ୍ରତିହତ କରାଯାଇଛି ଦୁଇଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର
ଜାତିସଂଘ ସାଧାରଣ ପରିଷଦର ତୃତୀୟ କମିଟିରେ ସଂଖ୍ୟାଲଘୁଙ୍କ ପ୍ରସଙ୍ଗରେ ଆଲୋଚନା ସମୟରେ, ଭାରତର ସ୍ଥାୟୀ ମିଶନର ପ୍ରଥମ ସଚିବ ରଘୁ ପୁରୀ ପାକିସ୍ତାନର ଆଭିମୁଖ୍ୟ ଉପରେ ଆପତ୍ତି ଉଠାଇ କହିଛନ୍ତି ଯେ, ପାକିସ୍ତାନ ଭାରତ ବିରୋଧରେ ଅପପ୍ରଚାର କରିବା ପାଇଁ ଜାତିସଂଘ ଭଳି ମଞ୍ଚକୁ ବାରମ୍ବାର ବ୍ୟବହାର କରୁଛି।

2 days ago
3


