ARTICLE AD BOX
କଟକ: ସ୍ବାଧୀନତା ଦିବସ ପୂର୍ବରୁ ବିଶିଷ୍ଟ ପୁଲିସ ସେବା ପୁରସ୍କାର-୨୦୨୬ର ତାଲିକା ପ୍ରକାଶ ପାଇଛି। ଚଳିତ ବର୍ଷ ଓଡ଼ିଶାର ୧୭ ଜଣ ପୁଲିସ ଅଫିସର ଓ କର୍ମଚାରୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଏଥିରେ ୫ ଜଣଙ୍କୁ ସାହସିକତା, ୨ ଜଣଙ୍କୁ ରାଷ୍ଟ୍ରପତି ମେଡାଲ୍ ଏବଂ ୧୦ ଜଣଙ୍କୁ ପ୍ରଶଂସନୀୟ ସେବାପଦକ ପ୍ରଦାନ କରାଯିବ। ନିକଟରେ ଡିଜି ପାହ୍ୟାକୁ ପଦୋନ୍ନତି ପାଇଥିବା ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା ଓ ଡିଏସ୍ପି ସ୍ମିତାରାଣୀ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ। ଓଡ଼ିଶା ପୁଲିସରେ ଲମ୍ବା ସମୟ ଧରି କର୍ତ୍ତବ୍ୟ ନିଷ୍ଠା ଓ ସାହସିକତା ପଦକ୍ଷେପ ଗ୍ରହଣ କରିଥିବା ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ବିଶିଷ୍ଟ ସେବା ପୁରସ୍କାର ପ୍ରଦାନ ସହ ସମ୍ମାନିତ କରାଯାଏ।
Independence Day 2026: ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲାରେ ଉଡ଼ାଇଲେ ତ୍ରିରଙ୍ଗା
୧୭ ପୁଲିସ ଅଧିକାରୀ ଓ କର୍ମଚାରୀ ପାଇବେ ସେବାପଦକ
ସାହସିକତା ପଦକ ପାଇଁ ଚୟନ ହୋଇଥିବା ପୁଲିସ କର୍ମଚାରୀମାନେ ବିଭିନ୍ନ ସମୟରେ ବିପଦପୂର୍ଣ୍ଣ ପରିସ୍ଥିତିରେ ନିଜ ଜୀବନକୁ ବିପଦରେ ପକାଇ କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି। ସେଥିପାଇଁ ସେମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଓଡ଼ିଶାର ଏହି ତାଲିକାରେ ବୀରତ୍ୱ ପଦକ ପାଇଁ ଅନ୍ତର୍ଭୁକ୍ତ ୫ ଜଣ କର୍ମଚାରୀ ହେଲେ ସବ୍-ଇନ୍ସପେକ୍ଟର ମନ୍ମଥ କୁମାର ମହାପାତ୍ର, ହାବିଲ୍ଦାର ନିରାକାର ଭୁଏ, କମାଣ୍ଡୋ ସନ୍ତୋଷ ଗୁରୁଙ୍ଗ, ସୁମନ ପୁନ୍, ସୁରେଶ ଚନ୍ଦ୍ର ପୁଟା। ପ୍ରଶଂସନୀୟ ସେବା ପଦକ ପାଇଁ ଓଡ଼ିଶାରୁ ଅନ୍ୟ ୧୦ ଜଣ ପୁଲିସ କର୍ମଚାରୀ ଚୟନ ହୋଇଛନ୍ତି।
BMC: ବିଏମ୍ସି କର୍ପୋରେସନ ବୈଠକ: ଦୋକାନ ପାଇଁ ହଙ୍ଗାମା, କର୍ପୋରେଟର ମୁହାଁମୁହିଁ
ସେମାନେ ହେଲେ ଡିଏସ୍ପି ମନୋରଞ୍ଜନ ପାଇକରାୟ, ଡିଏସ୍ପି ସୁରେଶ କୁମାର ବଳ, ଇନ୍ସପେକ୍ଟର ଗୀତାଞ୍ଜଳି ପଣ୍ଡା, ଡେପୁଟି କମାଣ୍ଡାଣ୍ଟ୍ ଭବେଶ କୁମାର ନାୟକ, ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ ପରେଶ କୁମାର ମିନତି ନନ୍ଦନ ପତି, କନେଷ୍ଟବଳ ଶ୍ୟାମଳୀ ବିଶ୍ୱାସ, ସବ୍-ଇନ୍ସପେକ୍ଟର ବରୁଣ କୁମାର ନାୟକ, ହାବିଲଦାର ସୁବାସ ଚନ୍ଦ୍ର ତ୍ରିନାଥ ଗୌଡ଼, କନେଷ୍ଟବଳ ମୁସ୍ତାକ୍ ଅଲ୍ଲୀ ଖାଁ, ହାବିଲଦାର ପ୍ରଶାନ୍ତ କୁମାର ବିଶ୍ୱାଳ। ସାରା ଦେଶରୁ ପୁଲିସ, ଅଗ୍ନିଶମ ସେବା, ହୋମଗାର୍ଡ, ସିଭିଲ ଡିଫେନ୍ସ ଓ କାରାଗାର ସେବାର ୧ ହଜାର ୫୭ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଏହି ସମ୍ମାନ ପ୍ରଦାନ ପାଇଁ ଚୟନ କରାଯାଇଛି।

1 week ago
7


