ARTICLE AD BOX
ଭୁବନେଶ୍ୱର: ଏଥର ରାଜ୍ୟରେ ଆଳୁ ସଙ୍କଟ ପଡ଼ିଲେ, ପଶ୍ଚିମବଙ୍ଗ ଆଡ଼ୁ ଆଳୁ ଯୋଗାଣରେ ଆଉ ଅଡ଼ୁଆ ହେବନାହିଁ। ଆଜି (ବୁଧବାର) କୋଲକାତାସ୍ଥିତ ଖାଦ୍ୟଭବନରେ ପଶ୍ଚିମବଙ୍ଗ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅଶୋକ କୀର୍ତ୍ତନିଆଙ୍କ ସହ ଓଡ଼ିଶା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ବେଳେ ଏହା ନିଷ୍ପତ୍ତି ହୋଇଛି।
ବୈଠକରୁ ମିଳିଥିବା ସୂଚନାରେ, ଉଭୟ ରାଜ୍ୟ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସମନ୍ୱୟ ରକ୍ଷାକରି ଦୁଇ ରାଜ୍ୟର ସ୍ୱାର୍ଥ ପାଇଁ କାର୍ଯ୍ୟ କରିବାକୁ ଉଭୟ ମନ୍ତ୍ରୀ ଆଲୋଚନା କରିଥିଲେ । ଆଳୁ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ଶୃଙ୍ଖଳ ବଜାୟ ରଖିବା ଏବଂ ଏ ଦିଗରେ ସମୁଚିତ ପଦକ୍ଷେପ ଗ୍ରହଣ କରିବା ନେଇ ମନ୍ତ୍ରୀ ଶ୍ରୀ କୀର୍ତ୍ତନିଆ ପ୍ରତିଶ୍ରୁତି ଦେଇଥିଲେ । ଏଥି ନିମନ୍ତେ ସମସ୍ତ ସହଯୋଗ ଜାରି ରହିବ ବୋଲି ଆଲୋଚନା ବେଳେ ସେ କହିଥିଲେ ।
ପଶ୍ଚିମବଙ୍ଗର ପୂର୍ବ ସରକାର ଖାଦ୍ୟ ସାମଗ୍ରୀ ଯୋଗାଣ କ୍ଷେତ୍ରରେ ଓଡିଶା ପ୍ରତି ଯେପରି ବିଦ୍ବେଷମୂଳକ ମନୋଭାବ ପୋଷଣ କରିଥିଲେ, ଏହାର ପୁନରାବୃତ୍ତି ହେବନାହିଁ ବୋଲି ସେ କହିଥିଲେ। ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାର ସାଧାରଣ ଜନତାଙ୍କ ସ୍ୱାର୍ଥ ରକ୍ଷା ଦିଗରେ କାର୍ଯ୍ୟକରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶମୂଳକ କାର୍ଯ୍ୟକ୍ରମକୁ ଆଗକୁ ନେଉଥିବା ନେଇ ଦୁଇ ମନ୍ତ୍ରୀ ମତବ୍ୟକ୍ତ କରିଥିଲେ ।

1 month ago
22


