ARTICLE AD BOX
ପୁରୀ (ଶିବ ପ୍ରସାଦ ଦାସ): ଏକ ଭଡାଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ସେହିପରି ନିଜଘରୁ ପୁଳାପୁଳା ଟଙ୍କା ଜବତ ହୋଇଛି। ପୁରୀ ଜିଲ୍ଲା ପେଣ୍ଠକଟା ସାମୁଦ୍ରିକ ଥାନା ଅର୍ନ୍ତଗତ ଗୋପାଳପୁର ନିକଟରେ ଜବତ ହୋଇଥିବା ଗଂଜେଇ ଏବଂ କୋଟିଏ ଟଙ୍କା ମାମଲାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କାର୍ତ୍ତିକ ସାମନ୍ତରାୟ ଏବଂ ଦେବେନ୍ଦ୍ର ସାହୁ।
ପୁଲିସ କହିଛି ଯେ, ମେରାଇନ ଥାନା ଅନ୍ତର୍ଗତ ଗୋପାଳପୁର ପାଖରେ ଥିବା ଆଇଏମ୍ଟି ଫାର୍ମାସି କଲେଜ ନିକଟ ଏକ ଭଡାଘରୁ ୧୭୬ଟି ପ୍ୟାକେଟରେ ଏକ କୁଇଣ୍ଟାଲ ୮୩ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ଘଟଣାରେ ସମ୍ପୃକ୍ତ ଥିବା ଦୁଇଜଣ ଅଭିଯୁକ୍ତଙ୍କୁ ମଧ୍ୟରୁ ଜଣଙ୍କ ଘରୁ ଜବତ ହୋଇଛି ପୁଳାପୁଳା ଟଙ୍କା, ସହ କିଛି ଅଳଙ୍କାର ଓ ଏଟିଏମ୍ କାର୍ଡ।
ପୁରୀ ଏସ୍ପି ପ୍ରତୀକ ସିଂହ କହିଛନ୍ତି, ଦୁଇଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ଟିକରପଡା ମହାନ୍ତିସାହିର କାର୍ତ୍ତିକ ସାମନ୍ତରାୟଙ୍କ ଘରୁ ନଗଦ ଟଙ୍କା ଜବତ ହୋଇଛି। ପାଖାପାଖି କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଜବତ ହୋଇଛି। ଅନ୍ୟତମ ଅଭିଯୁକ୍ତ ହେଉଛନ୍ତି ତାଳବଣିଆ ଥାନା ଅନ୍ତର୍ଗତ ସିଦ୍ଧମହାବୀର ମୈତ୍ରୀ ବିହାରର ଦେବେନ୍ଦ୍ର ସାହୁ। ଏହି ଗଞ୍ଜେଇକୁ ଭଲଭାବରେ ସିଲ୍ କରାଯାଇ ରଖାଯାଇଥିବା ବେଳେ ଘଟଣାକୁ ନେଇ ଅଧିକ ତଦନ୍ତ ଚାଲିଛି।
Ganja Seized ବୁଦାମୂଳରୁ ୨୦୩ କିଗ୍ରା ଗଞ୍ଜେଇ ଜବତ
ଅନ୍ୟପଟେ ଅଭିଯୁକ୍ତ କାର୍ତ୍ତିକ ସାମନ୍ତରାୟ ମଧ୍ୟ ପ୍ରତିକ୍ରିୟା ରଖି କହିଛନ୍ତି ସେ ସମ୍ପୂର୍ଣ୍ଣ ନିର୍ଦୋଷ। ଏଭଳି ଆଶ୍ଚର୍ଯ୍ୟ କଲାଭଳି ଘଟଣା ନେଇ ଅବକାରୀ ବିଭାଗର ନିଷ୍କ୍ରିୟତା ଉପରେ ପ୍ରଶ୍ନ ଉଠିଥିବା ବେଳେ ସକ୍ରିୟ ହୋଇଛନ୍ତି ନିଶା ବେପାରୀ।

17 hours ago
3


