Retirement: ଏସୀୟ ଚାମ୍ପିଅନ୍ସ ଟ୍ରଫି ପରେ ଅବସର ନେବେ ନୀଳକାନ୍ତ

1 hour ago 2
ARTICLE AD BOX

ଚଣ୍ଡିଗଡ଼:ଭାରତୀୟ ହକି ଦଳର ଭେଟେରାନ ମିଡ୍‌ଫିଲଡର ନୀଳକାନ୍ତ ଶର୍ମା ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ପରେ ଅନ୍ତର୍ଜାତୀୟ ହକିରୁ ଅବସର ନେବେ। ଯୁବ ଖେଳାଳିଙ୍କ ପାଇଁ ବାଟ ଛାଡ଼ିବାକୁ ସେ ଏହି ନିଷ୍ପତ୍ତି ନେଇଥିବା ଏସୀୟ ଚାମ୍ପିୟନ୍ସ ଟ୍ରଫି ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶକୁ ଭାରତ ହରାଇବା ପରେ କହିଛନ୍ତି। ଅଲିମ୍ପିକ୍ସ ୨୦୨୮ ପ୍ରସ୍ତୁତ ଲାଗି ଯୁବ ପିଢ଼ିଙ୍କୁ ଏବଠୁ ପ୍ରସ୍ତୁତ କରିବାକୁ ହକି ଇଣ୍ଡିଆ ଯୋଜନା କରୁଛି।

ଏସୀୟ କ୍ରୀଡ଼ା ବିଜୟ ପରେ ଭାରତର ଏଲ୍‌ଏ୨୦୨୮ ଟିକେଟ ନିଶ୍ଚିତ ହେବା ପରେ ଭେଟେରାନ ଖେଳାଳିଙ୍କୁ ସମ୍ମାନର ସହ ବିଦାୟ ଦେବାକୁ ଚିନ୍ତା କରିଛି। ଏଥିରେ ଅଲିମ୍ପିକ୍ସ ଓ ଏସୀୟ କ୍ରୀଡ଼ା ପଦକ ବିଜେତା ଦଳର ସଦସ୍ୟ ଥିବା ନୀଳକାନ୍ତ, ଜର୍ମନ୍‌ପ୍ରୀତ ସିଂହ, ମନଦୀପ ସିଂହ ଓ ଅମିତ ରୋହିଦାସ ରହିଛନ୍ତି। ଫଳରେ ଏସୀୟ ଚାମ୍ପିଅନ୍ସ ଟ୍ରଫି ଏମାନଙ୍କ ଶେଷ ପ୍ରତିଯୋଗିତା ହେବ ବୋଲି ଆଲୋଚନା ହୋଇଥିଲା। ଏହି ଯୋଜନା ଅନୁଯାୟୀ ନୀଳକାନ୍ତଙ୍କଠୁ ଏହା ଆରାମ୍ଭ ହୋଇଛି।

ଭବିଷ୍ୟତ ପିଢ଼ି ପାଇଁ ନିଷ୍ପତ୍ତି

ମଙ୍ଗଳବାର ୩୧ ବର୍ଷୀୟ ବର୍ଷୀୟ ନୀଳକାନ୍ତ ନିଜ ଅବସର ବିଷୟରେ ନିଶ୍ଚିତ କରି କହିଥିଲେ ଯେ ‘‘ମୁଁ ମୋ ନିଜ ଇଚ୍ଛାରେ ଏହି ନିଷ୍ପତ୍ତି ନେଇଛି। ମୋତେ କେହି ବାଧ୍ୟ କରିନାହାନ୍ତି। ନିଶ୍ଚିତ, ଖେଳାଳି ଭାବେ ଏହାର ଅଭାବ ଅନୁଭବ କରିବି। କିନ୍ତୁ ଭବିଷ୍ୟତ ପିଢ଼ି ପାଇଁ ଏହି ନିଷ୍ପତ୍ତି ନେଇଛି। ଅନେକ ପ୍ରତିଭାବାନ ଖେଳାଳି ସୁଯୋଗ ଅପେକ୍ଷାରେ ଅଛନ୍ତି ଏବଂ ସେମାନଙ୍କୁ ଆଗକୁ ଆସିବା ଆବଶ୍ୟକ। ଏସୀୟ କ୍ରୀଡ଼ା ପରେ ଏବଂ ଏହି ପ୍ରତିଯୋଗିତା ଆରମ୍ଭ ପୂର୍ବରୁ ମୋର ଏହି ନିଷ୍ପତ୍ତି ବିଷୟରେ ପ୍ରଶିକ୍ଷକ କ୍ରେଗ୍‌ଙ୍କୁ ଜଣାଇଥିଲି। ଅବସର ପରେ ମୋର ଅଭିଜ୍ଞତା ନୂଆ ପିଢ଼ିକୁ ବାଣ୍ଟିବି। ଏଥି ପାଇଁ ପ୍ରସ୍ତୁତ ଅଛି। ମୁଁ ଘରକୁ ଯେତେବେଳେ ଯାଏ, ଯୁବ ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦିଏ।

Ranji Match: ଓଡ଼ିଶା-ସର୍ଭିସେସ୍‌ ରଣଜୀ ମ୍ୟାଚ୍‌: ଦ୍ବିତୀୟ ଦିନର ଖେଳ ବାତିଲ

ଟୋକିଓ ଅଲିମ୍ପିକ୍ସ ପରେ, ଯେତେବେଳେ ରାଜ୍ୟ ସରକାର ମୋତେ ଚାକିରି ପ୍ରସ୍ତାବ ଦେଲେ, ମୁଁ କ୍ରୀଡ଼ା ବିଭାଗକୁ ହିଁ ବାଛିଥିଲି। କାରଣ ପ୍ରଶିକ୍ଷକ ହେବାର ଆଗ୍ରହ। ଭବିଷ୍ୟତ ପାଇଁ ଏହା ହିଁ ଯୋଜନା। ମୁଁ ୯-୧୦ ବର୍ଷ ଧରି ଜାତୀୟ ଦଳ ପାଇଁ ଖେଳିଛି। କିନ୍ତୁ ଆହୁରି ଅନେକ ଖେଳାଳି ଅପେକ୍ଷାରେ ଅଛନ୍ତି ଏବଂ ଅଲିମ୍ପିକ୍ସରେ ଖେଳିବାକୁ ସମସ୍ତେ ସ୍ୱପ୍ନ ଦେଖୁଛନ୍ତି। ସେମାନେ ସୁଯୋଗ ପାଇବା ଦରକାର’’।

Read Entire Article
LEFT SIDEBAR AD

Hidden in mobile, Best for skyscrapers.