Silicon-carbon battery: ସ୍ମାର୍ଟଫୋନ୍‌ରେ ସିଲିକନ୍-କାର୍ବନ୍ ବ୍ୟାଟେରି

1 hour ago 1
ARTICLE AD BOX

ଆଜିକାଲି ସ୍ମାର୍ଟଫୋନ୍ କିଣିବା ସମୟରେ ବ୍ୟାଟେରିର ଚାର୍ଜଧାରଣ କ୍ଷମତା ଉପରେ ସମସ୍ତେ ଗୁରୁତ୍ବ ଦେଉଛନ୍ତି। ଏହି କାରଣରୁ ଏବେ ଅନେକ ମୋବାଇଲ୍ କମ୍ପାନି ହ୍ୟାଣ୍ଡ୍‌ସେଟ୍‌ରେ ସିଲିକନ୍-କାର୍ବନ୍ ବ୍ୟାଟେରି ବ୍ୟବହାର କରୁଛନ୍ତି। ତେବେ ଏହା ଲିଥିୟମ୍-ଆୟନ୍ ବ୍ୟାଟେରିଠାରୁ ଅଲଗା କେମିତି? କାହିଁକି ଅଧିକ ଚାର୍ଜ ଦେଇପାରେ? ସାଧାରଣ ଲିଥିୟମ୍-ଆୟନ୍ ବ୍ୟାଟେରିରେ ଗ୍ରାଫାଇଟ୍ ବ୍ୟବହାର ହୁଏ। କିନ୍ତୁ ସିଲିକନ୍-କାର୍ବନ୍ ବ୍ୟାଟେରିରେ ସିଲିକନ୍ ଓ କାର୍ବନ୍ ମିଶ୍ରଣ ବ୍ୟବହାର କରାଯାଏ। ଏହାଦ୍ୱାରା କମ୍ ଜାଗାରେ ଅଧିକ ଚାର୍ଜ ଧାରଣ କରି ରଖିପ‌ାରେ। ଫଳସ୍ବରୂପ ପତଳା ମୋବାଇଲ୍‌ରେ ମଧ୍ୟ ବଡ଼ ବ୍ୟାଟେରିର ଚାର୍ଜ ଧାରଣ କ୍ଷମତା ମିଳିପାରୁଛି। ଏହାସହିତ ଏହି ବ୍ୟାଟେରିରେ ଦ୍ରୁତ ବେଗରେ ଅଧିକ ଚାର୍ଜିଂ ସୁବିଧା ମିଳୁଛି। ୱାନ୍‌ପ୍ଲସ୍‌, ଓପୋ, ଭିଭୋ ଓ ସାଓମି ଭଳି କମ୍ପାନି ଏହି ଟେକ୍ନୋଲୋଜି ବ୍ୟବହାର କରୁଛନ୍ତି।

Editorial: ସନାତନର ସ୍ବଗତୋକ୍ତି: ଯୁଦ୍ଧ ନିରନ୍ତର

ତେବେ ଏହାର କେତେକ ନକାରାତ୍ମକ ଦିଗ ମଧ୍ୟ ରହିଛି। ସିଲିକନ୍-କାର୍ବନ୍ ବ୍ୟାଟେରିରେ ଚାର୍ଜ ହେବା ଓ ଡିସ୍‌ଚାର୍ଜ ହେବା ସମୟରେ ସିଲିକନ୍ ଫୁଲିପାରେ ଓ ସଙ୍କୁଚିତ ହୋଇପାରେ। ଏହାଦ୍ୱାରା ସମୟ ସହିତ ବ୍ୟାଟେରିର କ୍ଷମତା କମିବାର ଆଶଙ୍କା ରହିଥାଏ। ଅଧିକ ଗରମ ହେବାର ସମସ୍ୟା ମଧ୍ୟ ଦେଖାଦେଇପାରେ। ଯଦି ଆପଣଙ୍କୁ ଅଧିକ ବ୍ୟାଟେରି ବ୍ୟାକ୍‌ଅପ୍, ପତଳା ଫୋନ୍ ଓ ଫାଷ୍ଟ ଚାର୍ଜିଂ ଦରକାର, ତେବେ ସିଲିକନ୍-କାର୍ବନ୍ ବ୍ୟାଟେରି ଏକ ଭଲ ବିକଳ୍ପ। କିନ୍ତୁ ଆବଶ୍ୟକସ୍ଥଳେ ଲମ୍ବା ସମୟର ବ୍ୟାଟେରି ଲାଇଫ୍ ବି ଜରୁରି। ତେବେ କେବଳ ବ୍ୟାଟେରି ଟେକ୍ନୋଲୋଜି ଦେଖି ଫୋନ୍ କିଣନ୍ତୁନାହିଁ। ବ୍ୟାଟେରି ବ୍ୟାକ୍‌ଅପ୍, ଚାର୍ଜିଂ ସ୍ପିଡ୍, ହିଟିଂ ଓ ଲଙ୍ଗଟର୍ମ ପରଫର୍ମାନ୍‌ସକୁ ମଧ୍ୟ ଧ୍ୟାନ ଦେବା ଜରୁରି।

Health: ଆଜି 'ଆଡପ୍ଟ' ବୈଠକ; ସ୍ୱାସ୍ଥ୍ୟ ନୀତିରେ ବୈଜ୍ଞାନିକ ପ୍ରମାଣ ଉପରେ ଗୁରୁତ୍ୱ

Read Entire Article
LEFT SIDEBAR AD

Hidden in mobile, Best for skyscrapers.