Space Tourism: ମହାକାଶ ପର୍ଯ୍ୟଟନର ନୂଆ ଯାନ ‘ଆପେରନ୍’

52 minutes ago 2
ARTICLE AD BOX

ଆମେରିକାର ମହାକାଶ ପର୍ଯ୍ୟଟନ କମ୍ପାନି ଭର୍ଜିନ୍‌ ଗାଲାକ୍‌ଟିକ୍‌ ଏହାର ନୂତନ ପିଢ଼ିର ଡେଲ୍‌ଟା-କ୍ଲାସ୍‌ ସ୍ପେସ୍‌ପ୍ଲେନ୍‌ ‘ଆପେରନ୍‌’ ସହ ବାଣିଜ୍ୟିକ ମହାକାଶ ପର୍ଯ୍ୟଟନ କ୍ଷେତ୍ରରେ ବିପ୍ଳବ ଆଣିବାକୁ ପ୍ରସ୍ତୁତ ହେଉଛି। ୨୦୨୭ ମସିହା ପ୍ରାରମ୍ଭରେ ଏହା ଚଳାଚଳ ଆରମ୍ଭ କରିବ। ଏକ ବିଶ୍ବସ୍ତରୀୟ ଜନମତ ସଂଗ୍ରହ ପରେ ଏହି ସ୍ବତନ୍ତ୍ର ମହାକାଶ ଯାନଟିର ନାମ ରଖାଯାଇଛି- ‘ଆପେରନ୍‌’, ଗ୍ରୀକ୍‌ ଭାଷାରେ ଯାହାର ଅର୍ଥ ହେଉଛି ‘ଅସୀମ’। ୨୮ ଅକ୍‌ଟୋବର୍‌ ୨୦୨୬ରେ ଆରିଜୋନାର ମେସା ନିର୍ମାଣସ୍ଥଳରୁ ଏହାକୁ ଆମେରିକାର ନ୍ୟୁ ମେକ୍ସିକୋର ସ୍ପେସ୍‌ପୋର୍ଟକୁ ସ୍ଥାନାନ୍ତର କରାଯାଇଛି। ଏହି ସ୍ପେସ୍‌ପ୍ଲେନ୍‌ର ଏବେ ଆଭିଓନିକ୍‌ସ ସଫ୍‌ଟୱେର୍‌ ଯାଞ୍ଚ କାମ ଚାଲିଛି। ତା’ ସହିତ ଏହା ଉଡ଼ାଣ ପରୀକ୍ଷଣ ପ୍ରକ୍ରିୟା ଦେଇ ଗତି କରୁଛି, ଯେପରି ୨୦୨୭ ମଧ୍ୟଭାଗରେ ଲଞ୍ଚ୍‌ ପୂର୍ବରୁ ଏହାର ସମସ୍ତ ସୁରକ୍ଷା ମାନଦଣ୍ଡ ପୂରଣ ହୋଇପାରିବ।

SBI: ଷ୍ଟେଟ୍ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ ପକ୍ଷରୁ ସତର୍କତା ସଚେତନତା ସପ୍ତାହ

ପୂର୍ବରୁ ପ୍ରଚଳିତ ‘ଭିଏସ୍‌ଏସ୍‌ ୟୁନିଟି’ ମହାକାଶଯାନ ତୁଳନାରେ ଏହି ଯାନଟି ଅଧିକ ଉନ୍ନତ। ଉଲ୍ଲେଖଯୋଗ୍ୟ ଯେ, ଭିଏସ୍‌ଏସ୍‌ ୟୁନିଟି ଶେଷ ଥର ପାଇଁ ଜୁନ୍‌ ୨୦୨୪ରେ ଲୋକଙ୍କୁ ନେଇ ଉଡ଼ାଣ ଭରିଥିଲା। ପ୍ରତି ମାସରେ ୟୁନିଟିର ଉଡ଼ାଣ ପାଇଁ ଅଧିକ ରକ୍ଷଣାବେକ୍ଷଣ ଆବଶ୍ୟକ ହେଉଥିବାବେଳେ, ନୂତନ ଡେଲ୍‌ଟା-କ୍ଲାସ୍‌ ଢାଞ୍ଚା ତା’ଠାରୁ ଉନ୍ନତ ମାନର ହେବ। ଏଥିରେ ୬ ଜଣ ଯାତ୍ରୀ ବସିପାରିବେ। ସେହିପରି ଏହି ମଡେଲ୍‌ ପ୍ରତି ସପ୍ତାହରେ ଦୁଇଥର ବା ମାସକୁ ପ୍ରାୟ ଆଠ ଥର ଉଡ଼ାଣ ଭରିବା ପାଇଁ ଡିଜାଇନ୍‌ କରାଯାଇଛି। ତା’ ସହିତ ପ୍ରତ୍ୟେକ ଯାନ ସଫଳତାର ସହ ୫୦୦ରୁ ଅଧିକ ମହାକାଶ ଅଭିଯାନ ସମାପ୍ତ କରିବାକୁ ସକ୍ଷମ।
ଭର୍ଜିନ୍‌ ଗାଲାକ୍‌ଟିକ୍‌ର ମହାକାଶ ପର୍ଯ୍ୟଟକ ତାଲିକାରେ ଏବେ ୬୦୦ରୁ ଅଧିକ ଗ୍ରାହକ ଅଛନ୍ତି, ଯେଉଁମାନେ ଗୋଟିଏ ସିଟ୍‌ ପାଇଁ ୭,୫୦,୦୦୦ ଡଲାର୍‌ ପର୍ଯ୍ୟନ୍ତ ଦେଇଛନ୍ତି। ଏହି ଯାନର ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ‘ବ୍ଲୁ ଓରିଜିନ୍‌’ ଏବେ ‘ନାସା’ କାର୍ଯ୍ୟକ୍ରମ ତଥା ଚନ୍ଦ୍ର ଅଭିଯାନ ଉପରେ ଅଧିକ ଧ୍ୟାନ ଦେଉଥିବାରୁ ‘ଆପେରନ୍’ ଭର୍ଜିନ୍‌ ଗାଲାକ୍‌ଟିକ ବଜାରକୁ ନିଜ ନିୟନ୍ତ୍ରଣକୁ ନେବାର ଲକ୍ଷ୍ୟ ରଖିଛି।

Delhi traders: ଇଣ୍ଡିମେଣ୍ଟର ସମାବେଶ ଘୁଞ୍ଚାଇବାକୁ ବ୍ୟବସାୟୀଙ୍କ ନିବେଦନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.