Stanford-Elsevier’s 2026 List ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୩୮ ଗବେଷକ

1 week ago 6
ARTICLE AD BOX

ଭୁବନେଶ୍ୱର: ଆମେରିକାର ସମ୍ମାନଜନକ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ନେଦରଲାଣ୍ଡର ପ୍ରମୁଖ ଶିକ୍ଷା ଓ ଗବେଷଣା ପ୍ରକାଶନ ସଂସ୍ଥା ଏଲସେଭିୟର ପକ୍ଷରୁ ପ୍ରକାଶିତ ୨୦୨୬ ମସିହାର ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ୩୮ ଜଣ ଗବେଷକ ସ୍ଥାନିତ ହୋଇଛନ୍ତି। 

ନିରାଶ କଲେ ଉତ୍କଳ, ରମା‌ଦେବୀ: ଉପରକୁ ଉଠିଲା ‘ସୋଆ’
ଏହି ତାଲିକାରେ ସୋଆର ୩୮ ଜଣ ଗବେଷକଙ୍କ ମଧ୍ୟରୁ ୩୫ ଜଣ ସିଙ୍ଗଲ ଇୟର ଇମ୍ପାକ୍ଟ ଲିଷ୍ଟ ତାଲିକାରେ ଏବଂ ୨୦ ଜଣ କ୍ୟାରିୟର ଲଙ୍ଗ ଇମ୍ପାକ୍ଟ ଲିଷ୍ଟ ତାଲିକାରେ ସ୍ଥାନ ପାଇଛନ୍ତି । ସିଙ୍ଗଲ ଇୟର ଇମ୍ପାକ୍ଟ ଲିଷ୍ଟରେ ଗୋଟିଏ ବର୍ଷରେ ଗବେଷକଙ୍କର ପ୍ରକାଶନ (ସାଇଟେସନ୍‌) ଆଧାରିତ ପ୍ରଭାବକୁ ବିଚାର କରାଯାଉଥିବା ବେଳେ କ୍ୟାରିୟର ଲଙ୍ଗ ଇମ୍ପାକ୍ଟ ଲିଷ୍ଟରେ ଦୀର୍ଘକାଳୀନ ଗବେଷଣା ଓ ବୈଜ୍ଞାନିକଙ୍କ ଅବଦାନକୁ ଗୁରୁତ୍ୱ ଦିଆଯାଇଥାଏ ।

‘ଓଡ଼ିଆ ଭାଷାକୁ ବିକଶିତ କରିବା ପାଇଁ ସହଯୋଗ ଲୋଡ଼ା’: ସୋଆ ପକ୍ଷରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିମର୍ଶ
ସୋଆର ବିଭିନ୍ନ ଅନୁଷ୍ଠାନରୁ ଏହି ସମ୍ମାନଜନକ ତାଲିକାରେ ସ୍ଥାନିତ ହୋଇଥିବା ଗବେଷକଙ୍କ ମଧ୍ୟରୁ ୨୭ ଜଣ ଇଞ୍ଜିନିୟରିଂ କ୍ଷେତ୍ରର ହୋଇଥିବା ବେଳେ ସେମାନେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଓ ଏଥି ସହ ଜଡ଼ିତ ବିଭିନ୍ନ ଗବେଷଣା ସଂସ୍ଥାରେ କାର୍ଯ୍ୟରତ । ସେହିପରି ସୋଆ ପରିଚାଳିତ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସ୍‌ପିଏସ୍‌) ଏବଂ ବାୟୋଟେକ୍ନୋଲଜିରୁ ୮ ଜଣ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ରୁ ୨ ଜଣ ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍‌ରୁ ଜଣେ ଗବେଷକ ଏହି ତାଲିକାରେ ସ୍ଥାନ ପାଇଛନ୍ତି । 

ଏନ୍‌ଆଇଆରଏଫ୍‌ ତାଲିକା ପ୍ରକାଶ: ଶ୍ରେଷ୍ଠ ଶହେରେ ଓଡ଼ିଶାରୁ ୪; ସୋଆ ରାଜ୍ୟରେ ପ୍ରଥମ, କିଟ୍‌ ଦ୍ବିତୀୟ
ଏହି ତାଲିକାରେ ସ୍ଥାନ ପାଇଥିବା ପ୍ରମୁଖ ଗବେଷକଙ୍କ ମଧ୍ୟରେ ରହିଛନ୍ତି ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ସୋଆର ପ୍ରମୁଖ ପରାମର୍ଶଦାତା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଏବଂ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ମଲ୍ଟି-ଡିସିପ୍ଲିନାରୀ ରିସର୍ଚ୍ଚ ସେଲ୍‌ର ପୂର୍ବତନ ନିର୍ଦ୍ଦେଶକ ସ୍ୱର୍ଗତ ପ୍ରଫେସର ପ୍ରଦୀପ୍ତ କୁମାର ଦାଶ । ଉଭୟେ ପ୍ରଫେସର ମହାପାତ୍ର ଏବଂ ସ୍ୱର୍ଗତ ପ୍ରଫେସର ଦାଶ ସୋଆର କୁଳପତି ଭାବେ ଅତୀତରେ କାର୍ଯ୍ୟ ତୁଲାଇଛନ୍ତି । 
ଏହି ଗବେଷକମାନଙ୍କୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଅଭିନନ୍ଦନ ଜଣାଇବା ସଂଗେ ସଂଗେ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଗବେଷକମାନଙ୍କ ନିମନ୍ତେ ଆହୁରି ଅଧିକ ସଫଳତା କାମନା କରିଛନ୍ତି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.