Survivor: ‘ହରେକୃଷ୍ଣ ମହାମନ୍ତ୍ର ମତେ ବଞ୍ଚିବା ପାଇଁ ଶକ୍ତି ଦେଇଥିଲା’: ନେପାଳ ପୀଡ଼ିତ

14 hours ago 3
ARTICLE AD BOX

କାଠମାଣ୍ଡୁ : ମେକାନିକାଲ ଇଞ୍ଜିନିୟର ସଞ୍ଜୟ ଶାହ ନେପାଳ ଜଳବିଦ୍ୟୁତ ପ୍ରକଳ୍ପର ସୁଡ଼ଙ୍ଗ ଭିତରେ ଦୀର୍ଘ ୯ ଦିନ ଧରି ଫସି ରହିଥିବା ବେଳେ ଆଜି ତାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଦିନ ଗଡ଼ିବା ସହ ଜୀବିତ ଲୋକଙ୍କୁ ଖୋଜିବାର ଆଶା ଧୀରେ ଧୀରେ କ୍ଷୀଣ ହୋଇଥିବାବେଳେ ଏହି ସମୟରେ ଦୁଇଜଣ କର୍ମଚାରୀଙ୍କୁ ଚମତ୍କାର ଭାବେ ସୁଡ଼ଙ୍ଗ ଭିତରୁ ଜୀବିତ ଉଦ୍ଧାର କରାଯିବା ଘଟଣା ଏକ ନୂଆ ଆଶା ସଞ୍ଚାର କରିଛି। ନୂଆ ଜୀବନ ପାଇଥିବା ସଞ୍ଜୟ କିଭଳି ୯ ଦିନ ସୁଡ଼ଙ୍ଗ ଭିତରେ କାଟିଲେ ତାଙ୍କୁ ପଚରାଯିବାରୁ ସେ କହିଛନ୍ତି , ‘ହରେ କୃଷ୍ଣ ମହାମନ୍ତ୍ର’ ମତେ ବଞ୍ଚିବାପାଇଁ ଶକ୍ତି ଦେଇଥିଲା। ମୁଁ ନିରନ୍ତର ହରେକୃଷ୍ଣ ମହାମନ୍ତ୍ର ଜପ କରୁଥିଲି।

୯ ଦିନ ପର୍ଯ୍ୟନ୍ତ ଖାଦ୍ୟ କିମ୍ବା ପାଣି ବିନା ବଞ୍ଚି ରହିବା ସାଧାରଣ ଘଟଣା ନୁହେଁ

ଶୁକ୍ରବାର ଉଦ୍ଧାର ସ୍ଥଳରୁ ଆସିଥିବା ନାଟକୀୟ ଦୃଶ୍ୟରେ ନେପାଳୀ ସେନାର ଯବାନମାନେ କାଦୁଅ ଓ ପଙ୍କରେ ଢାଙ୍କି ହୋଇଥିବା ଉଦ୍ଧାର ଶ୍ରମିକମାନଙ୍କୁ ବାହାରକୁ ଆଣୁଥିବା ଦେଖାଯାଇଥିଲା। ସଞ୍ଜୟଙ୍କୁ ବାହାରକୁ ଅଣାଯିବା ସମୟରେ ତାଙ୍କ ମୁହଁରେ ଆଶ୍ୱସ୍ତିର ଭାବ ଦେଖାଯାଇଥିଲା। ସଞ୍ଜୟଙ୍କ ପାଇଁ ଏହି ୯ ଦିନର ସଂଘର୍ଷ ଥିଲା ଆଶାକୁ ଧରି ରଖିବାର ଏକ ପରୀକ୍ଷା। ଆକସ୍ମିକ ବନ୍ୟା ଆସିବା ସମୟରେ ସେ ଜଳବିଦ୍ୟୁତ ପ୍ରକଳ୍ପର କଣ୍ଟ୍ରୋଲ୍ ରୁମ୍‌ ଦାୟିତ୍ୱରେ ଥିଲେ। ସେତେବେଳେ ପ୍ରକଳ୍ପ ସ୍ଥଳରେ ପ୍ରାୟ ୪୦-୪୫ ଜଣ ଶ୍ରମିକ ଉପସ୍ଥିତ ଥିଲେ। ସଞ୍ଜୟ କହିଛନ୍ତି, ହଠାତ ସୁଡ଼ଙ୍ଗ ଭିତରକୁ ବନ୍ୟାଜଳ ଓ ଭଗ୍ନାବଶେଷ ପ୍ରବେଶ କରିବା ଆରମ୍ଭ କରିବା ସହିତ ପରିସ୍ଥିତି ଦ୍ରୁତ ଭାବେ ଖରାପ ହୋଇଯାଇଥିଲା। ମୁଁ କଣ୍ଟ୍ରୋଲ୍ ରୁମ୍‌ର ଦାୟିତ୍ୱରେ ଥିଲି, ତେଣୁ ସମସ୍ତଙ୍କୁ ବଞ୍ଚାଇବାର ଦାୟିତ୍ୱ ମଧ୍ୟ ମୋ ଉପରେ ଥିଲା। ସଞ୍ଜୟ କହିଛନ୍ତି ଯେ ସେ ଯେଉଁ ସ୍ଥାନରେ ଫସିଥିଲେ, ସେଠାରେ କେବଳ ୩-୪ ଜଣ ଲୋକ ଥିଲେ। ତେବେ ସୁଡ଼ଙ୍ଗର ପାୱାରହାଉସ୍ ପାର୍ଶ୍ୱରେ ଆହୁରି ଅଧିକ ଶ୍ରମିକ ଫସିଥିବା ସମ୍ଭାବନାକୁ ସେ ଅସ୍ୱୀକାର କରିନଥିଲେ। ତେବେ ୯ ଦିନ ପର୍ଯ୍ୟନ୍ତ ଖାଦ୍ୟ କିମ୍ବା ପାଣି ବିନା ବଞ୍ଚି ରହିବା କୌଣସି ସାଧାରଣ ଘଟଣା ନୁହେଁ। ଅବରୋଧ ହୋଇଥିବା ସୁଡ଼ଙ୍ଗ ଭିତରେ ଦୁଇଜଣ ଶ୍ରମିକ ଏତେ ଦିନ ବଞ୍ଚି ରହିବାରୁ ସେଠାରେ ବାୟୁ ରହିଥିବା ଖାଲି ସ୍ଥାନ ବା ‘ଏୟାର ପକେଟ୍’ ଥାଇପାରେ ବୋଲି ବିଶ୍ବାସ କରାଯାଉଛି। ଅନ୍ୟପକ୍ଷେ ଉଦ୍ଧାର ହୋଇଥିବା ଅନ୍ୟ ଜଣେ କର୍ମଚାରୀ କବୀରଙ୍କ ପତ୍ନୀ ହିରା ଶୋଭା କହିଛନ୍ତି, ସେ ଦ୍ୱିତୀୟ ଜୀବନ ନେଇ ଫେରିଆସିଛନ୍ତି। ଆମେ ଅତ୍ୟନ୍ତ ଖୁସି। ତେବେ ଖୁସିର ଲୁହ ତଳେ ମହାର୍ଜନ ପରିବାର ଗତ ୯ ଦିନ ଧରି ଭୋଗିଥିବା ଅସହ୍ୟ ଯନ୍ତ୍ରଣା ଲୁଚି ରହିଥିଲା। ଶୋଭା କହିଛନ୍ତି, ସେହି ଦିନଗୁଡ଼ିକ କାଟିବା ଅତ୍ୟନ୍ତ କଷ୍ଟକର ଥିଲା। ଆମେ ନା ଖାଇପାରୁଥିଲୁ, ନା ଶୋଇପାରୁଥିଲୁ। ତେ‌ବେ ସେ କହିଛନ୍ତି, ଆମେ ବିଶ୍ୱାସ କରୁଥିଲୁ ଯେ ସେ ଫେରିଆସିବେ।

ଭକ୍ତଙ୍କ ସମର୍ଥନ ଲୋଡ଼ିଲେ ରାମମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ ଜିତେନ୍ଦ୍ର ମିଶ୍ର

Read Entire Article
LEFT SIDEBAR AD

Hidden in mobile, Best for skyscrapers.