Theft: ଗୁଣପୁର ଉମା ରାମ ଲିଙ୍ଗେଶ୍ୱର ମନ୍ଦିରରୁ ବଡ଼ ଧରଣର ଚୋରି

1 hour ago 2
ARTICLE AD BOX

ବିଳମ୍ବିତ ରାତିରେ ଗୁଣପୁର ପୁରୁଣା ବସ ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବ ପୀଠ ଉମା ରାମ ଲିଙ୍ଗେଶ୍ୱର ମନ୍ଦିରରେ ବଡ଼ ଧରଣର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଲୁଟେରାମାନେ ମନ୍ଦିରର ତାଲା ଭାଙ୍ଗିବା ସହ ମନ୍ଦିରରେ ପ୍ରବେଶ କରି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି।

 (sambad.in) A large-scale theft has been alleged at the Uma Ram Lingeshwar Temple Photograph: (sambad.in)

ରାୟଗଡ଼ା(ଶିବ ପ୍ରସାଦ ଦୋରା) : ପୁଣି ଜିଲ୍ଲାରୁ ବଡ଼  ଧରଣର ଚୋରିI ଏଥରଦୁର୍ବୃତ୍ତ ଟାର୍ଗେଟ କରିଛନ୍ତି ମନ୍ଦିରକୁI ଗୁଣପୁରରେ ସକ୍ରିୟ ହେଲେ ଲୁଟେରା
 ବିଳମ୍ବିତ ରାତିରେ ଗୁଣପୁର ପୁରୁଣା ବସ ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବ ପୀଠ ଉମା ରାମ ଲିଙ୍ଗେଶ୍ୱର ମନ୍ଦିରରେ ବଡ଼ ଧରଣର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଲୁଟେରାମାନେ ମନ୍ଦିରର ତାଲା ଭାଙ୍ଗିବା ସହ ମନ୍ଦିରରେ ପ୍ରବେଶ କରି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ  ରୁପା ସାମଗ୍ରୀ ଲୁଟ କରିବା ସମେତ ମନ୍ଦିର ପରିସରରେ ଥିବା ଦାନ ହୁଣ୍ଡି ଓ ଏକ  ଆଲମାରୀ ତାଡ଼ି ଚୋରି କରିଥିବା ଜଣାପଡ଼ିଛି।  ଆଜି ସକାଳୁ ମନ୍ଦିର ପୂଜକ ପୂଜା କରିବାକୁ ଯିବା ସମୟରେ ଚୋରି ହୋଇଥିବା ଜାଣି ୧୧୨  ନମ୍ବରରେ ଯୋଗାଯୋଗ କରି ପୁଲିସକୁ ଖବର ଦେଇଥିଲେ ।

ଖବର ପାଇ ଗୁଣପୁର ପୁଲିସ ଘଟଣା ସ୍ଥଳରେ ପହଂଛି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଗୁଣପୁର ଉପଖଣ୍ଡ ଅଂଚଳରେ କିଛି ମାସ ହେଲା ଚୋରି ବୃଦ୍ଧି ପାଇଛି I ଗତ ମାସରେ ପଦ୍ମପୁର ବ୍ଲକ କେନ୍ଦୁଗୁଡା ଗ୍ରାମରୁ ୧ କୋଟି ଟଙ୍କାର ସମ୍ପତ୍ତି ଚୋରି ହୋଇଥିଲା I ଏଯାଏଁ ପୁଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇ ପାରିନି I ନିକଟରେ ପୁଲିସ ବିଭିନ୍ନ ଚୋରି ଘଟଣାରେ ଲିପ୍ତ ୧୨ଜଣଙ୍କୁ ଗିରଫ କରିଥିଲା I କିନ୍ତୁ ଚୋରି ରୋକିବାରେ କୌଣସି ପ୍ରଭାବ ପକାଇ ପାରିନି I

justice: ‘ସମାଜର ଦୁର୍ବଳ ଶ୍ରେଣୀକୁ ନ୍ୟାୟ ଦିଅ’

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.