Trump Health: ସ୍ୱାସ୍ଥ୍ୟକୁ ନେଇ ପ୍ରଶ୍ନ କରିବାରୁ ରାଗିଗଲେ ଟ୍ରମ୍ପ; ସାମ୍ବାଦିକଙ୍କୁ କଲେ ଅପମାନିତ

56 minutes ago 1
ARTICLE AD BOX

ୱାସିଂଟନ:ସ୍ୱାସ୍ଥ୍ୟକୁ ନେଇ ପ୍ରଶ୍ନ କରିବାରୁ ଜଣେ ସାମ୍ବାଦିକଙ୍କ ଉପରେ ବର୍ଷିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପ ପ୍ରଶ୍ନର ଉତ୍ତର ନଦେଇ ସାମ୍ବାଦିକଙ୍କ ଶାରୀରିକ ଗଠନକୁ ନେଇ କଟୁ ମନ୍ତବ୍ୟ ଦେଇଛନ୍ତି। ସାମ୍ବାଦିକଙ୍କୁ ଅସୁସ୍ଥ ଓ ଅପରିଷ୍କାର ବୋଲି କହିବା ସହ ତାଙ୍କୁ ତାଙ୍କ ଶରୀରର ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି। ଏହି ଘଟଣା ଆମେରିକାରେ ଚର୍ଚ୍ଚାର ବିଷୟ ହୋଇଛି।

ଅକ୍ଟୋବର ୨୯ ତାରିଖରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ରଏଟର୍ସର ଜଣେ ସାମ୍ବାଦିକ ଟ୍ରମ୍ପଙ୍କୁ ପଚାରିଥିଲେ, ଲଗାତାର ନିର୍ବାଚନୀ ପ୍ରଚାର ଯୋଗୁଁ ସେ ଥକି ପଡ଼ିଛନ୍ତି କି? ସେଥିପାଇଁ କାନ୍‌ସାସ୍‌ ଗସ୍ତ ବାତିଲ କରିଛନ୍ତି କି? 

ଉତ୍ତ୍ୟକ୍ତ ହୋଇପଡ଼ିଥିଲେ ଟ୍ରମ୍ପ
ଏହା ଶୁଣି ଟ୍ରମ୍ପ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ସାମ୍ବାଦିକଙ୍କୁ ଅସୁସ୍ଥ ବୋଲି କହିବା ସହ ରଏଟର୍ସକୁ ମଧ୍ୟ ସମାଲୋଚନା କରିଥିଲେ। ଏତିକିରେ ତାଙ୍କ ରାଗ ଶାନ୍ତ ହୋଇନଥିଲା। ସାମ୍ବାଦିକଙ୍କ ଶାରୀରିକ ଗଠନକୁ ନେଇ ଟ୍ରମ୍ପ କଟାକ୍ଷ କରିଥିଲେ। ତେବେ ନିଜ ସ୍ୱାସ୍ଥ୍ୟ ଭଲ ଥିବା ଦାବି କରି ସେ କହିଥିଲେ ଯେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।

୧୯ଟି ରାଜ୍ୟରେ ୨୫ଟି ନିର୍ବାଚନୀ ସଭା
ଅନ୍ୟପକ୍ଷରେ, ଟ୍ରମ୍ପ କାନ୍‌ସାସ୍‌ର ସାଲିନା ଓ ଆୟୋୱାର ଡୁବୁକ୍ୟରେ ହେବାକୁ ଥିବା ଦୁଇଟି ନିର୍ବାଚନୀ ସଭା ବାତିଲ କରିଛନ୍ତି। ଅକ୍ଟୋବର ପହିଲାରୁ ଏଯାଏଁ ଟ୍ରମ୍ପ ୧୯ଟି ରାଜ୍ୟରେ ୨୫ଟି ନିର୍ବାଚନୀ ସଭା କରିସାରିଛନ୍ତି। ଆଗାମୀ ମଧ୍ୟବର୍ତ୍ତୀ ନିର୍ବାଚନକୁ ନେଇ ରିପବ୍ଲିକାନ୍ ଦଳ ପାଇଁ ଏହି ପ୍ରଚାର ଗୁରୁତ୍ୱପୂର୍ଣ୍ଣ ହୋଇଛି।

Helicopter Crash: ଆମେରିକାରେ ମଝି ଆକାଶରେ ଦୁଇ ହେଲିକପ୍ଟର ମଧ୍ୟରେ ଧକ୍କା: ୩ ମୃତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.