ARTICLE AD BOX
ବଳଙ୍ଗା( ଦିବାକର ପ୍ରଧାନ): ବଳଙ୍ଗା ଅଞ୍ଚଳରେ ଗୃହପାଳିତ ପଶୁପଶୀଙ୍କ ଚିକିତ୍ସା ନିମନ୍ତେ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ଅନେକ ଦିନରୁ ସ୍ଥାପିତ ହୋଇଛି। କିନ୍ତୁ ଅଧିକାଂଶ ସ୍ଥାନରେ ଥିବା କେନ୍ଦ୍ରଗୁଡ଼ିକରେ ଆବଶ୍ୟକ କର୍ମଚାରୀ ଓ ଚିକିତ୍ସକ ନାହାନ୍ତି। ଏଣୁ ପ୍ରାଣୀଧନ ଚିକିତ୍ସା କେନ୍ଦ୍ରଗୁଡ଼ିକ ଅନେକ ସମୟରେ ବନ୍ଦ ରହୁଛି। ଏନେଇ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀଙ୍କୁ ସ୍ଥାନୀୟ ବାସିନ୍ଦା ବିଭିନ୍ନ ସମୟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ।
ଉଦ୍ଦେଶ୍ୟ ପୂରଣ କରିପାରୁନି ପଶୁ ଚିକିତ୍ସା କେନ୍ଦ୍ର, ପ୍ରାଣୀଧନ ନିରୀକ୍ଷକଙ୍କ ଦେଖା ନାହିଁ
ସ୍ଥାନୀୟ ଚାଷୀ ଓ ପଶୁପାଳକଙ୍କ ଅଭିଯୋଗ ହେଲା, ସରକାରୀ ପଶୁ ଚିକିତ୍ସକମାନେ ନିଜ ନିଜର କେନ୍ଦ୍ରରେ ନରହି ଘରୋଇ ସେବା କରୁଛନ୍ତି। ଏକ କେନ୍ଦ୍ରର ଜନୈକ କର୍ମଚାରୀ ନିଜର ନାମ ଗୋପନ ରଖିକହିଛନ୍ତି, ଡାକ୍ତରମାନେ ୮-୧୦ ଦିନରେ ଥରେ ଆସି ଦୈନିକ ସରକାରୀ ହାଜିରା ଖାତାରେ ସ୍ଵାକ୍ଷର କରି ଅନ୍ୟଦିନ ଅଞ୍ଚଳରେ ବେସରକାରୀ ଭାବରେ ଗୋରୁ ଗାଈ, ଛେଳି, ମେଣ୍ଢା ଏବଂ ଘରୋଇ କୁକୁର ଗୁଡିକୁ ଚିକିତ୍ସା କରି ହଜାର ହଜାର ଟଙ୍କା ଦୈନିକ ରୋଜଗାର କରୁ ଅଛନ୍ତି। ସାଧାରଣ ଚାଷୀ ଟିଏ ନିଜର ଗାଈ, କିମ୍ବା ବଳଦ ନେଇ ଚିକିତ୍ସାଳୟକୁ ଗଲେ ଉପଯୁକ୍ତ ଚିକିତ୍ସା ପାଇପାରୁନାହାନ୍ତି।
ଯାଜପୁର: ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ କର୍ମଚାରୀ ନିଲମ୍ବିତ। ରସୁଲପୁର ପଶୁ ସମ୍ପଦ ବିଭାଗର ଆଟେଣ୍ଟାଟ୍ସୁ ଜିତ କୁମାର ସାମଲଙ୍କୁ ଜିଲ୍ଲାପାଳ କରିଛନ୍ତି ନିଲମ୍ବନ। ନିଲମ୍ବନ ସମୟରେ ସୁଜିତଙ୍କୁ ଜିଲା ମୁଖ୍ୟ ପଶୁ ଚିକିତ୍ସାଳୟରେ ରିପୋର୍ଟ କରିବାକୁ ଜିଲାପାଳ ନିର୍ଦେଶ।
ପ୍ରମାଣ ସ୍ବରୂପ, ଦକ୍ଷିଣସାହି ଚକଗାଁ ମୁଣ୍ଡ ଠାରେ ଥିବା ପ୍ରାଣୀଧନ ଚିକିତ୍ସା କେନ୍ଦ୍ରଟି ପ୍ରାୟତଃ ବନ୍ଦ ରୁଛି। ବିଭାଗ ରରଫରୁ ଆସିଥିବା ବିଭିନ୍ନ ଯନ୍ତ୍ରପାତି ଓ ଚିକିତ୍ସା ସରଞ୍ଜାମ ବ୍ୟବହାର ନହୋଇ ନଷ୍ଟ ହେଉଛି। ଏହି କେନ୍ଦ୍ର ଉପରେ ସରସ୍ୱତିପୁର, ରଥପୁରୁଷୋତ୍ତମପୁର ଦୁଇ ଗୋଟି ପଂଚାୟତର ଜନସାଧାରଣ ମାନେ ନିର୍ଭର କରୁଛନ୍ତି। କିନ୍ତୁ ଡାକ୍ତର ନଥିବାରୁ ଅଞ୍ଚଳର ଜନସାଧାରଣମାନେ ହୀନସ୍ତା ଭୋଗୁଛନ୍ତି।

1 week ago
5


