ARTICLE AD BOX
କେନ୍ଦ୍ରାପଡ଼ା (ସୁବ୍ରତ ସାମଲ):ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଡ୍ରେନେଜ୍ ଡିଭିଜନ୍ର ଏଷ୍ଟିମେଟର ଅନୁପମା ସାହୁ। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶଘାଇସ୍ଥିତ ମୁଖ୍ୟ ଅଫିସ୍ରୁ କାମ ସାରି ଆଜି ସନ୍ଧ୍ୟାରେ ଭଡ଼ା ଘରକୁ ଫେରୁଥିବା ବେଳେ ଜୁଣ ଛକ ନିକଟ ଜାତୀୟ ରାଜପଥରେ ଭିଜିଲାନ୍ସ ଟିମ୍ ତାଙ୍କ ଗାଡ଼ିକୁ ଅଟକାଇଥିଲା। ଗାଡ଼ିରେ ୩ଲକ୍ଷ ୧୫ହଜାର ଟଙ୍କା ଥିଲା। ଉକ୍ତ ଟଙ୍କା ସହିତ ଶ୍ରୀମତୀ ସାହୁଙ୍କୁ ଧରି ଭିଜିଲାନ୍ସ ଟିମ୍ ତାଙ୍କ ଦୁହୁରିଆସ୍ଥିତ ଭଡ଼ା ଘରକୁ ଆଣି ସେଠାରେ ଛାନଭିନ୍ ଚଳାଇଥିବା ସୂଚନା ମିଳିଛି।
ଢେଙ୍କାନାଳରୁ ବଦଳି ହୋଇ ଅନୁପମା ଚଳିତବର୍ଷ ଜାନୁଆରିରେ କେନ୍ଦ୍ରାପଡ଼ାରେ ଯୋଗ ଦେଇଥିଲେ। ଆଜି ଡ୍ୟୁଟି ସାରି ଘରକୁ ବଲୋରୋ ଗାଡ଼ିରେ ଫେରିବା ବେଳେ ଏତେ ଟଙ୍କା ତାଙ୍କୁ କିଏ ଦେଲା ଏବ˚ କେଉଁଠି ଧରି ଆସୁଥିଲେ, ସେ ସ˚ପର୍କରେ ଭିଜିଲାନ୍ସ ଟିମ୍ ତାଙ୍କୁ ପଚାରିଥିଲେ। ଅନୁପମା ଏହାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଫଳରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରି ଭଡ଼ା ଘରକୁ ଆସିଥିଲେ। ରିପୋର୍ଟ ଲେଖା ହେଲା ବେଳକୁ ଭଡ଼ା ଘରେ ତାଙ୍କର ତନ୍ନ ତନ୍ନ ଯାଞ୍ଚ ଚାଲିଛି। ଯାଞ୍ଚ ଚାଲିଥିବାରୁ ଭିଜିଲାନ୍ସ ଟିମ୍ ଏ ସ˚ପର୍କରେ ପ୍ରତିକ୍ରିୟା ଦେବାକୁ ମନା କରିଛି।
Vigilance: ସ-ମିଲ୍ ଉପରେ ଭିଜିଲାନ୍ସ ଚଢ଼ଉ: ୧୫ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ

39 minutes ago
1


