ARTICLE AD BOX
ମସ୍କୋ: ୟୁକ୍ରେନ ସହିତ ଦୀର୍ଘ ଦିନର ଯୁଦ୍ଧକୁ ଶେଷ କରିବା ପାଇଁ କ୍ରେମଲିନ୍ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାର ପୃଷ୍ଠଭୂମି ପ୍ରସ୍ତୁତ କରାଯାଇଛି। ଆମେରିକାର ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍ ଉଇଟ୍କଫ୍ ଏବଂ ଜେରେଡ୍ କୁଶନର୍ ମସ୍କୋରେ ପହଞ୍ଚିବା ପରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶନିବାରଠାରୁ ୟୁକ୍ରେନ୍ ରାଜଧାନୀ କିବ୍ ସମେତ ଅନ୍ୟ ଅଂଚଳରେ ଆକ୍ରମଣକୁ ୩ ଦିନ ପାଇଁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ରେମଲିନ୍ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍ ଏହି ଗସ୍ତ ଏବଂ ଶାନ୍ତି ଆଲୋଚନା ସମ୍ପର୍କରେ ବିବୃତି ଜାରି କରିଛନ୍ତି। ଅନ୍ୟପଟେ ୟୁକ୍ରେନ୍ ରାଷ୍ଟ୍ରପତି ବୋଲ୍ଡିମିର ଜେଲେନସ୍କି ମଧ୍ୟ ୭୨ ଘଣ୍ଟିଆ ଅସ୍ତ୍ରବିରତିକୁ ନେଇ ସମ୍ମତି ପ୍ରକାଶ କରିଛନ୍ତି।
ଆହୁରି ପଢନ୍ତୁ :China: ପ୍ରଥମ ଥର ବନ୍ୟା ମୃତ୍ୟୁସଂଖ୍ୟା ଜାରି କଲା ଚୀନ୍: ୩୧ ମୃତଦେହ ଉଦ୍ଧାର, ୫୩୧ ନିଖୋଜ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଶୁକ୍ରବାର ଆମେରିକା ପକ୍ଷରୁ ଏକ ନୂତନ ଏବଂ ପ୍ରତ୍ୟକ୍ଷ ଶାନ୍ତି ପ୍ରସ୍ତାବ ରଖାଯାଇଥିବା ନେଇ ଘୋଷଣା କରିବା ପରେ ଏହି ଆଲୋଚନା ଆରମ୍ଭ ହୋଇଛି। ଟ୍ରମ୍ପ ନିଜର ଦୁଇ ଜଣ ପ୍ରମୁଖ ଆଲୋଚକ ଉଇଟ୍କଫ୍ ଏବଂ କୁଶନର୍ଙ୍କୁ ଯୁଦ୍ଧ ବନ୍ଦ କରିବାର ସମ୍ଭାବନା ପରଖିବା ପାଇଁ ପଠାଇଛନ୍ତି। ଆମେରିକୀୟ ପ୍ରତିନିଧି ଦଳ ମସ୍କୋରେ ପହଞ୍ଚିବା ପରେ ରୁଷୀୟ ଦୂତ କିରିଲ୍ ଡିମିଟ୍ରିଏଭ୍ ସେମାନଙ୍କୁ ସ୍ୱାଗତ କରିଛନ୍ତି।
ଆହୁରି ପଢନ୍ତୁ :Monthly Electricity Bill: ଆଶ୍ଚର୍ଯ୍ୟ କରିବ ଘରର ମାସିକ ବିଜୁଳି ବିଲ୍
ଆଜି ଜେଲେନସ୍କି ଆମେରିକୀୟ ପ୍ରତିନିଧିମାନଙ୍କୁ ମସ୍କୋ ଆଲୋଚନା ପରେ କିବ୍ରେ ଆତିଥେୟତା ଦେବା ପାଇଁ ପ୍ରସ୍ତୁତ ଥିବା ପ୍ରକାଶ କରିଛନ୍ତି। ଆମେରିକୀୟ ପ୍ରତିନିଧିଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କକୁ ପୁନର୍ଜୀବିତ କରିବ ବୋଲି ଆଶା କରାଯାଉଛି। ଗତ କିଛି ଦିନ ହେବ ଦୁଇ ଦେଶ ମଧ୍ୟରେ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣ ପ୍ରବଳ ବୃଦ୍ଧି ପାଇଥିଲା। ରୁଷୀୟ ଡ୍ରୋନ୍ କିବ୍ସ୍ଥିତ ଏସ୍ବିୟୁ ସୁରକ୍ଷା ସେବା ମୁଖ୍ୟାଳୟକୁ କ୍ଷତିଗ୍ରସ୍ତ କରିଥିବା ବେଳେ ୟୁକ୍ରେନବିମାନ ସୁରକ୍ଷା ବାହିନୀ ଶତାଧିକ ରୁଷୀୟ ଡ୍ରୋନ୍କୁ ପରାସ୍ତ କରିଥିଲା। ଏହି ସଂଘର୍ଷରେ କେତେକ ସାଧାରଣ ନାଗରିକ ପ୍ରାଣ ହରାଇଥିବା ବେଳେ ଆକ୍ରମଣର ତୀବ୍ରତା ବୃଦ୍ଧି ପାଇଥିଲା।

45 minutes ago
1


