ARTICLE AD BOX
ଯାଜପୁର: ଯାଜପୁର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ହରିଲୁଟ ସବୁ ସୀମା ପାର କରିଛି। ନିୟମକାନୁନକୁ ଖୋଲାଖୋଲି ଉଲ୍ଲଂଘନ କରି କେବଳ ଟଙ୍କା କିଭଳି ଖର୍ଚ୍ଚ କରାଯିବ ତା’ର ସବୁ ବାଟ କରାଯାଇଛି। ଖଣି ପ୍ରଭାବିତ ଅଞ୍ଚଳର ପୀଡ଼ିତ ଜନସାଧାରଣଙ୍କ ସ୍ୱାସ୍ଥ୍ୟ, ପାନୀୟଜଳ, ଶିକ୍ଷା ଓ ଗମନାଗମନ ମୌଳିକ ସୁବିଧା ବଦଳରେ ଜିଲ୍ଲା ଖଣିଜ ପାଣ୍ଠିରୁ ଅଧିକାଂଶ ଅର୍ଥ ଯାଜପୁର ପୌରାଞ୍ଚଳରେ ଖର୍ଚ୍ଚ କରାଯାଇଛି। ପାଣ୍ଠିକୁ ଜିଲ୍ଲା ପ୍ରଶାସନ ବ୍ୟକ୍ତିଗତ ସ୍ୱାର୍ଥ ଓ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ସୁହାଇଲା ଭଳି ବ୍ୟବହାର କରିଛି। ଏ ନେଇ ‘ସମ୍ବାଦ’ରେ ଲଗାତାର ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇବା ପରେ ଆଜି ପୁଣି ଏକ ସାଂଘାତିକ ତଥ୍ୟ ସାମନାକୁ ଆସିଛି। ଖଣିଜ ପ୍ରତିଷ୍ଠାନ ଟଙ୍କାରେ ଭିତ୍ତିଭୂମି ନିର୍ମାଣ ଅଭିଯୋଗ ଥିବାବେଳେ ଏବେ ଜମି ଅଧିଗ୍ରହଣ ଦୁର୍ନୀତି ତଥ୍ୟ ହସ୍ତଗତ ହୋଇଛି। ସୂଚନା ଅଧିକାରରେ ମିଳିଥିବା ତଥ୍ୟ ମୁତାବକ ନୂତନ ମେଡିକାଲ କଲେଜ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ ବ୍ଲକ ନିର୍ମାଣ ଲାଗି ଜମି ଅଧିଗ୍ରହଣ ନାମରେ ଖଣିଜ ପାଣ୍ଠିରୁ ୫୫ କୋଟି ୬୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଖଣିଜ ଧାରକ ନିୟମାବଳୀକୁ ସମ୍ପୂର୍ଣ୍ଣ ଜଳାଞ୍ଜଳି ଦେଇ ଜିଲ୍ଲା ସଦର ମହକୁମାରେ ଜମି ଅଧିଗ୍ରହଣ କରିବା ନାମରେ ଅନୁଦାନ ଖର୍ଚ୍ଚକୁ ବିନର୍ବ୍ୟୟ କରାଯାଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହେଲା, ଜମି ଅଧିଗ୍ରହଣ କାମ ଜିଲ୍ଲା ପ୍ରଶାସନ କିମ୍ବା ଭୂଅର୍ଜନ ଅଧିକାରୀ କରିନାହାନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଖଣିଜ ପାଣ୍ଠି ଅର୍ଥକୁ ଜମିକିଣା ପାଇଁ ଖର୍ଚ୍ଚ କରିଛନ୍ତି।
Neglect: ନଗଡ଼ା ପାଖ ଗୁହିଆଶାଳ ରାଜସ୍ବ ଗାଁକୁ ନାହିଁ ରାସ୍ତା
ଖଣିଜ ଧାରକ ନିୟମାବଳୀ ଉଲ୍ଲଂଘନ, ଭୂଅର୍ଜନ ଅଧିକାରୀ ବଦଳରେ ସିଡିଏମ୍ଓ କିଣିଛନ୍ତି ଜମି
ଯାଜପୁର ଜିଲ୍ଲା ଖଣିଜ ପାଣ୍ଠିରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଜରିଆରେ ମୋଟ ୯୪ କୋଟି ୯୧ ଲକ୍ଷ ବ୍ୟୟ କରାଯାଇଛି। ଏଥିରେ କୋଭିଡ ସମୟରେ ସଙ୍ଗରୋଧ କେନ୍ଦ୍ର ଚଳାଇବା ପାଇଁ ୨୦୨୦-୨୧ରେ ୧୧ କୋଟି ୨୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ମାସ୍କ ବଣ୍ଟନ ପାଇଁ ୨୩ ଲକ୍ଷ, ଆଶାକର୍ମୀ, ଡାକ୍ତର, ସୁରକ୍ଷାକର୍ମୀଙ୍କ ଦରମା ଓ ଅନ୍ୟାନ୍ୟ ବାବଦରେ କିଛି ଅର୍ଥ ଖର୍ଚ୍ଚ ହୋଇଛି। ଜମି ଅଧିଗ୍ରହଣ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ସର୍ବାଧିକ ୫୫ କୋଟି ୬୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଏହି ସମଗ୍ର ପ୍ରକ୍ରିୟାରେ ସବୁଠାରୁ ସନ୍ଦେହଜନକ ହେଉଛି ଜମି ଅଧିଗ୍ରହଣ। ଜମି ଅଧିଗ୍ରହଣ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଶାସନିକ ଆଇନ ଅନୁଯାୟୀ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ରହିଛନ୍ତି।
MoU: ଏମବିଆର୍ ଓ ଏମଏସସିବି ବିଶ୍ୱବିଦ୍ୟାଳୟ ମଧ୍ୟରେ ଐତିହାସିକ ବୁଝାମଣା ପତ୍ର ସ୍ୱାକ୍ଷରିତ
ମାତ୍ର ତାଙ୍କୁ ଅନ୍ଧାରରେ ରଖି ସ୍ୱାସ୍ଥ୍ୟସେବା ଦାୟିତ୍ୱରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ କେଉଁ ଆଧାରରେ ଜମି କିଣାବିକାର ଦାୟିତ୍ୱ ଦିଆଗଲା ତାକୁ ନେଇ ପ୍ରଶ୍ନ ଉଠିଛି। ଜମି ଅଧିଗ୍ରହଣ ଭଳି ଜଟିଳ ଓ ଆଇନଗତ ପ୍ରକ୍ରିୟାରେ ଜିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀଙ୍କ କୌଣସି ପୂର୍ବ ଅଭିଜ୍ଞତା ନଥିବା ବେଳେ ଏହା କେବଳ ଅର୍ଥ ହେରଫେର କରିବା ପାଇଁ ସୁଚିନ୍ତିତ ଯୋଜନା ଥିଲା ବୋଲି ଅଭିଯୋଗ ହେଉଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂତନ ବ୍ଲକ ନିର୍ମାଣ ପାଇଁ ମୋଟ ୭.୪୯୬ ଏକର ଜମି ଅଧିଗ୍ରହଣ କରାଯାଇଛି। ଏହି ଜମି ବାବଦରେ ୨୩ କୋଟି ୨୬ ଲକ୍ଷ ୫୪ ହଜାର ୩୯୩ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। ତେବେ ଅବଶିଷ୍ଟ ଅର୍ଥ କେଉଁ ବାବଦରେ ଖର୍ଚ୍ଚ କରାଯାଇଛି ତାହାର ତଦନ୍ତ ଜରୁରି। ଜମିର ସରକାରୀ ବେଞ୍ଚମାର୍କ ମୂଲ୍ୟଠାରୁ ଯଥେଷ୍ଟ ଅଧିକ ଦର ଦର୍ଶାଇ ଏଥିରେ ବ୍ୟାପକ ହରିଲୁଟ କରାଯାଇଛି।

9 hours ago
4


