ARTICLE AD BOX
ନୂଆଦିଲ୍ଲୀ : ପେଟିଏମ୍ର ପେମେଣ୍ଟ୍ ସର୍ଭିସ ଶାଖା ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କଠାରୁ ୱାଲେଟ୍ ପରିଚାଳନା ପାଇଁ ପ୍ରାରମ୍ଭିକ ସ୍ବୀକୃତି ହାସଲ କରିଛି । କମ୍ପାନି ୱାଲେଟ୍ ସହିତ ପ୍ରିପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ୍ ଜାରି କରିପାରିବ । ଏହି ଅନୁମତି ମିଳିବା ପରେ ପେଟିଏମ୍ର ମୂଳ କମ୍ପାନି ୱାନ୍ ୯୭ କମ୍ୟୁନିକେସନ୍ସର ସେୟାର ମୂଲ୍ୟ ରେକର୍ଡ ୧୯୬୦ ଟଙ୍କାରେ ପହଞ୍ଚିଛି । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଅନୁମତି ପେଟିଏମ୍ର ପେମେଣ୍ଟ୍ ବ୍ୟବସାୟ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ମନେ କରାଯାଉଛି । ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ କମ୍ପାନି ଏହାର ସେବାକୁ ବଢ଼ାଇ ପାରିବ । ପ୍ରିପେଡ୍ ପେମେଣ୍ଟ ଇନ୍ଷ୍ଟ୍ରୁମେଣ୍ଟସ ଦ୍ବାରା ବ୍ୟବହାରକାରୀମାନେ ଟଙ୍କାକୁ ଡିଜିଟାଲ ମୋଡ୍ରେ ରଖି ଆବଶ୍ୟକ ସମୟରେ କାରବାର କରିପାରିବେ ।
Zakir Naik: ଜାକିର ନାଏକଙ୍କ ଇସ୍ଲାମିକ୍ ରିସର୍ଚ୍ଚ ଫାଉଣ୍ଡେସନ୍ ଉପରେ କଟକଣା ଆଉ ୫ ବର୍ଷ ବଢ଼ାଇଲେ କେନ୍ଦ୍ର ସରକାର
ପେମେଣ୍ଟ ଆଣ୍ଡ୍ ସେଟେଲମେଣ୍ଟ ସିଷ୍ଟମସ ଆକ୍ଟ-୨୦୦୭ ଅଧୀନରେ ରିଜର୍ଭ ବ୍ୟାଙ୍କର ପେମେଣ୍ଟ ଓ ସେଟେଲମେଣ୍ଟ ସିଷ୍ଟମ୍ସ ବିଭାଗ ପେଟିଏମ୍ ପେମେଣ୍ଟ୍ସ ସର୍ଭିସେସ୍ ଲିମିଟେଡ୍(ପିପିଏସ୍ଏଲ୍)କୁ ପେମେଣ୍ଟ ବ୍ୟବସ୍ଥା ପରିଚାଳନା ପାଇଁ ନୀତିଗତ ସ୍ବୀକୃତି ପ୍ରଦାନ କରିଛି ବୋଲି ଏହାର ମୂଳ କମ୍ପାନି ୱାନ୍ ୯୭ କମ୍ୟୁନକେସନ୍ସ ଲିମିଟେଡ୍ ପକ୍ଷରୁ ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ ଓ ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ସୂଚନା ଦିଆଯାଇଛି ।
ବିଶେଷଜ୍ଞଙ୍କ କହିବାନୁଯାୟୀ, ପିପିଏସ୍ଏଲ୍କୁ ନୀତିଗତ ମଞ୍ଜୁରି ମଳିବା ଦ୍ବାରା ଏହି ସଂସ୍ଥା ତୁରନ୍ତ ୱାଲେଟ୍ ସୁବିଧା ଯୋଗାଇ ପାରିବ ନାହିଁ । ରିଜର୍ଭ ବ୍ୟାଙ୍କଠାରୁ ଚୂଡ଼ାନ୍ତ ସ୍ବୀକୃତି ବା ସ୍ବୀକୃତି ପ୍ରମାଣପତ୍ର ହାସଲ କରିବା ପରେ ହିଁ ଯାଇ କମ୍ପାନି ପ୍ରିପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ୍ (ୱାଲେଟ୍ ସମେତ) ଜାରି କରିପାରିବ । ଚୂଡ଼ାନ୍ତ ଅନୁମତି ହାସଲ ପାଇଁ ରିଜର୍ଭ ବ୍ୟାଙ୍କ କେତେକ ସର୍ତ୍ତ ରଖିଛି । ସର୍ତ୍ତ ପୂରଣ ନହେଲେ କମ୍ପାନିର ପ୍ରାରମ୍ଭିକ ସ୍ବୀକୃତି ଆପେ ଅକାମୀ ହୋଇଯିବ । ତାହା ପରେ ଚୂଡ଼ାନ୍ତ ସ୍ବୀକୃତି ପ୍ରଦାନକୁ ଆଉ ବିଚାର କରିବ ନାହିଁ ।

1 hour ago
2


